Home ଓଡ଼ିଶା ଯୋଡା-ସ୍କର୍ପିଓ ଲୁଟ ଘଟଣାରେ ୨ ଗିରଫ

ଯୋଡା-ସ୍କର୍ପିଓ ଲୁଟ ଘଟଣାରେ ୨ ଗିରଫ

53

ଯୋଡା, ୦୧ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗତ ୨୮ ତାରିଖ ପ୍ରାତଃ ସମୟରେ ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ନିକଟରୁ ୩ଜଣ ଦୁର୍ବୁତ୍ତ କଟକରୁ ବଡବିଲ ଅଭିମୁଖେ ଆସୁଥିବା ଏକ ସ୍କର୍ପିଓ ଗାଡି ନଂ. ଓଡି୦୫କେ-୦୭୭୭କୁ ଅଟକାଇ ଚାଳକ ଏବଂ ତାଙ୍କର ଜଣେ ସାଥି ବେକରେ ଛୁରୀ ଲଗାଇ ସେମାନଙ୍କୁ ଓହ୍ଲାଇ ଦେଇ ସ୍କର୍ପିଓଟିକୁ ଲୁଟ କରିନେଇଥିଲେ । ଏ ନେଇ ଗାଡି ମାଲିକ ଅଂଶୁମାନ ମହାପାତ୍ର ଯୋଡା ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲାକୁ ଆଧାର କରି ଯୋଡା ଆରକ୍ଷୀ ବିଭିନ୍ନ ସୀମାକୁ ଅବରୋଧ କରିବା ସହ ବିଭିନ୍ନ ସ୍ଥାନରେ ଚଢୋଉ କରି ମାତ୍ର ୨୪ ଘଣ୍ଟା ମଧ୍ୟରେ ରୁଗୁଡି ଥାନା ଅନ୍ତର୍ଗତ କ୍ୟାମ୍ପ ହାଟିଂ ନିକଟରୁ ଲୁଟ ସ୍କର୍ପିଓଟିକୁ ଜବତ କରିଥିଲେ । ତେବେ ଅଭିଯୁକ୍ତମାନେ ଘଟଣା ପରଠାରୁ ଫେରାର ଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଗୁରୁବାର ଦିନ ଯୋଡାସ୍ଥିତ କୁନ୍ଦୁରୁନାଲା ଠାରୁ ଅଭିଯୁକ୍ତ ମୁନା ଓରାମ (୨୧) ଏବଂ ମୁଖାର୍ଜି ହାଟିଂରୁ ସରୋଜ ପାତ୍ର (୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଥିବା ବେଳେ ଯୋଡା ପୁଲିସ ଏକ ଡକାୟତି ମାମଲା ଋଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.