Home ଓଡ଼ିଶା ଯୋଡା ସରସ୍ୱତୀ ଶିଶୁ ମନ୍ଦିର ୨୪ତମ ବାର୍ଷିକ କ୍ରୀଡା ଉଦଘାଟିତ

ଯୋଡା ସରସ୍ୱତୀ ଶିଶୁ ମନ୍ଦିର ୨୪ତମ ବାର୍ଷିକ କ୍ରୀଡା ଉଦଘାଟିତ

134

ାା ଯୋଡା, ୧୮/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବୁଧବାର ଦିନ କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ ଯୋଡାସ୍ଥିତ ଭି.ଟି. ସେଣ୍ଟର ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି । ଯୋଡା ବ୍ଲକ ଏ.ବି.ଓ. କାର୍ତିକ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ଉତ୍ତମ ଶିକ୍ଷା ଗ୍ରହଣ ସହିତ ଖେଳ କୁଦରେ ଛାତ୍ର-ଛାତ୍ରୀମାନଙ୍କର ରୁଚି ରଖିବାକୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତରଞ୍ଜନ ମହାନ୍ତ ପ୍ରତିଯୋଗୀମାନଙ୍କୁ ଶୃଙ୍ଖଳାର ସହ କ୍ରୀଡା ନୈପୂଣ୍ୟତା ପ୍ରଦର୍ଶନ କରିବା ନିମନ୍ତେ ପ୍ରେରଣା ଦେଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମହାନ୍ତ ଏହି କ୍ରୀଡା ପ୍ରତିଯୋଗୀତାକୁ ପରିଚାଳିତ କରୁଥିବା ବେଳେ ଏଥିରେ ୯ଶହ ଶିଶୁ ଯୋଗଦେଇଥିଲେ । ୨ଦିନ ବ୍ୟାପି ପ୍ରଦର୍ଶିତ ହେଉଥିବା ଏହି କ୍ରୀଡା ପ୍ରତିଯୋଗୀତା ଗୁୁରୁବାର ଦିନ ଉଦଯାପିତ ହେବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ. ଗୁରୁମା, ସେବକ, ସେବିକା ତଥା ଅଭିଭାବକ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.