Home ଓଡ଼ିଶା ରାମକୋର ଶହ ଶହ ଏକର ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ସ୍ମିତାରାଣୀକୁ...

ରାମକୋର ଶହ ଶହ ଏକର ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ସ୍ମିତାରାଣୀକୁ କରାଯାଇଛି ହତ୍ୟା !

341

କେବଳ ସିବିଆଇ ତଦନ୍ତ ହେଲେ ସ୍ମିତାରାଣୀକୁ ନ୍ୟାୟ ମିଳିପାରିବ :ବିଜେପି
– ଶହ ଶହ ଏକର ଜମିକୁ ବେଆଇନ ଭାବେ ମାଡିବସିଛି ରାମକୋ ସିମେଂଟ
– ରାମକୋ ସିମେଂଟ ମାଲିକଙ୍କ ସହ ରହିଛି ୫-ଟି ସଚିବ ତାମିଲ ଅଧିକାରୀ କେ. ପାଣ୍ଡିଆନଙ୍କ ସଂପର୍କ
– ରଙ୍ଗଶାଳାରେ ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି
– ବିନା ଗ୍ରାମସଭାରେ ସରକାରୀ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା?
– ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁୁ ତଦନ୍ତ ପରିସରଭୃକ୍ତ କରାଯାଉ

ଭୁବନେଶ୍ୱର, ତା.୧୮/୧୨ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ପଂଚାୟତ- ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଂଚାୟତର ୧୫୨ ଏକର ଜମି ରାମକୋ ସିମେଂଟ କାରାଖାନା ପାଇଁ ରାଜ୍ୟସରକାରଙ୍କ ଦେଇଥିବାବେଳେ ଆହୁରି ଶହ ଶହ ଏକର ରାମକୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି। ରାମକୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତଭୃକ୍ତ। ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ଗୃହ ପଂଚାୟତରେ ଆସୁଛି। ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ରେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାମକୋ ସିମେଂଟ କଂପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହଳା ୫-ଟି ସଚିବ ତାମିଲ ଅଧିକାରୀ କେ. ପାଣ୍ଡିଆନଙ୍କ ସହ ରହିଛି। ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ କାନୁନକୁ ଅଣଦେଖା କରିଛି। ଇମାମୀ ଏବଂ ଅନ୍ୟାନ୍ୟ ସିମେଂଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିବାବେଳେ ରାମକୋ ପାଇଁ କାହିଁକି ଗ୍ରାମ ସଭା କରାଗଲା ନାହିଁ ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି କିପରି ଜବରଦଖଲ କରି ପାରିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ପିଇଓ ସ୍ମିତାରାଣୀଙ୍କ ଉପରେ ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଏବଂ ବିଜେଡିର ଅନ୍ୟ ନେତାଙ୍କ ଦ୍ୱାରା ଚାପ ପ୍ରୟୋଗ କରାଯାଉଥିଲା। ଏମିତିକି ଗ୍ରାମ ପଂଚାୟତର ଅଧିକାରୀମାନଙ୍କୁ ଭାଇଜାକ ଓ ମୁମ୍ବାଇ ଭଳି ସହରକୁ ନେଇ ଆପାୟିତ କରିବା ପାଇଁ ଚେଷ୍ଟା କରାଯାଉଥିଲା। ହେଲେ ସ୍ମିତାରାଣୀ ଏହି ଷଡଯନ୍ତ୍ରରେ ସାମିଲ ନହେବା ଯୋଗୁଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି ନହେବାରୁ ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସ୍ମିତାରାଣୀ ମୃତ୍ୟୁ ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସମେତ ଆଉ ୪ ଜଣ ବିଜେଡିର ନିର୍ବାଚିତ ପ୍ରତିନିଧୀ ଏବଂ ଜଣେ ରାମକୋ ଅଧିକାରୀ ଉପସ୍ଥିତ ଥିଲେ। ସ୍ମିତାରାଣୀର ଚରିତ୍ର ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ଯାଜପୁର ଏସପି ଚରଣ ସିଂହ ମୀନା କ’ଣ ପାଇଁ ରାମକୋ ଅଧିକାରା ଏବଂ ଅନ୍ୟାନ୍ୟ ଉପସ୍ଥିତ ବିଜେଡିର ନିର୍ବାଚିତ ପ୍ରତିନିଧୀମାନଙ୍କୁ ତଦନ୍ତ ପରିସର ଭୃକ୍ତ କରିନାହାଁନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ସ୍ମିତାରାଣୀ ହତ୍ୟାକାଣ୍ଡରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷମତା ପୀପାସାକୁ ମେଂଟାଇବା ପାଇଁ ଜଣେ ନିରୀହ ଝିଅ ସ୍ମିତାରାଣୀର ବଳି ପକାଇଛି। ରାମକୋର ବେଆଇନ ଜମି ଜବର ଦଖଲ ଏବଂ ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୃକ୍ତ କରାଯାଉ। ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିଆସିଛନ୍ତି। ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ଏବଂ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.