Home ଓଡ଼ିଶା ଯୋଡା-ସଂରକ୍ଷୀତ ଜଙ୍ଗଲରୁ ଜେସିବି ଜବତ

ଯୋଡା-ସଂରକ୍ଷୀତ ଜଙ୍ଗଲରୁ ଜେସିବି ଜବତ

39

ଯୋଡା, ୨୮/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା ଫରେଷ୍ଟ ବିଟ୍ ଅଧିନ କାରଣସାହି ନିକଟ ୫୨୦ ନଂ ଜାତୀୟ ରାଜପଥ ଉପରେ ନିର୍ମାଣଧିନ ଟୁଲଗେଟ ନିକଟ ସଂରକ୍ଷୀତ ଜଙ୍ଗଲରେ ଏକ ଜେସିବି ନଂ. ଜେଏଚ୍‌୦୫ଏଫ୍‌-୪୫୨୭ ପ୍ରାୟ ୨ଶହ ମିଟର ଗଛ କାଟି ଭିତରେ ପଶି ଏକ ଟାୱାର ନିର୍ମାଣ ନିମନ୍ତେ ଫାଉଣ୍ଡେସନ ଖୋଳୁଥିବା ସମୟରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜେସିବିଟିକୁ ଜବତ କରାଯିବା ସହ ଏହାକୁ ବଡବିଲ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଯୋଗ୍ୟ ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ସଂରକ୍ଷୀତ ଜଙ୍ଗଲକୁ କାଟି ରାସ୍ତା ନିର୍ମାଣ ଠିକା ସଂସ୍ଥା ମଣ୍ଟେକାର୍ଲୋ ଏହି ଫାଉଣ୍ଡେସନ ଖୋଳୁଥିବା ସମୟରେ ସ୍ଥାନୀୟ ବାସିନ୍ଦା ପୂର୍ବତନ ବ୍ଲକ ଅଧ୍ୟକ୍ଷକ ଗିରିଧାରି ନାଏକ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କୁ ଦେଖି ଜେସିବି ଚାଳକ ଜେସିବିଟିକୁ ଛାଡି ଚମ୍ପଟ ମାରିଥିଲା । ଏହି ଘଟଣା ସମ୍ବନ୍ଧରେ ଶ୍ରୀ ନାଏକ ବଡବିଲ ରେଞ୍ଜର ସୁଜିତ୍ କୁମାର ସାହୁଙ୍କୁ ଅବଗତ କରାଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ବିଲେଇପଦା ଫରେଷ୍ଟର ପ୍ରଦୀପ କୁମାର ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଜେସିବିଟିକୁ ଜବତ କରିଥିଲେ । ଘଟଣା ସ୍ଥଳରେ ମାଟି ଖୋଳାଯିବା ସହ ରାସ୍ତା ପ୍ରାୟ ୨ଶହ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଗଛ କଟାଯାଇ ରାସ୍ତା ନିର୍ମାଣ କରାଯାଇଥିବା ଦେଖାଯାଇଥିଲା ଯାହା ଏବେ ଜଙ୍ଗଲ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବଡବିଲ ତହସିଲଦାର ଆଲୋକ କୁମାର ପଟେଲଙ୍କ ସହ ଯୋଗାଯୋଗ କରିବାରୁ ସେ ତାଙ୍କୁ ଏହି ନିର୍ମାଣ ନିମନ୍ତେ କୌଣସି ଅନୁମତି ଦିଆଯାଇନଥିବା ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.