Home କୋରାପୁଟ ଲୋକଙ୍କ ସମସ୍ୟା ସମାଧାନ କରିବ ନୂତନ କାର୍ଯ୍ୟକ୍ରମ ସମାଧାନ

ଲୋକଙ୍କ ସମସ୍ୟା ସମାଧାନ କରିବ ନୂତନ କାର୍ଯ୍ୟକ୍ରମ ସମାଧାନ

29

କୋରାପୁଟ ୨୮-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ନିଜସ୍ୱ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ନୂତନ କାର୍ଯ୍ୟକ୍ରମ ସମାଧାନ ।ଏହାଦ୍ୱାରା ଲୋକଙ୍କ ରହିଥିବା ବିଭିନ୍ନ  ସମସ୍ୟାକୁ ୧୫ ଦିନରେ ଗୋଟିଏ ଗ୍ରାମକୁ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଯାଇ ସମାଧାନ କାର୍ଯ୍ୟକ୍ରମ ମାଧ୍ୟମରେ ସମାଧାନ କରିବେ ।ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସମାଧାନ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।ଜମି ସମସ୍ୟାଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା , ବିଦ୍ୟୁତ.ଟେଲିକମ , ସ୍ୱାସ୍ଥ୍ୟ , ଶିକ୍ଷା ,ମଙ୍ଗଳ ଓ ସାମାଜିକ ମଙ୍ଗଳ ବିଭାଗର ଯାହା ସମସ୍ୟା ରହିଥିବା ତାହାକୁ ସରଜମିନ ତଦନ୍ତ କରି ସମାଧାନ କରାଯିବ । ଯଦି ଘଟଣାସ୍ଥଳରେ ସମାଧାନ ନ ହୁଏ ତେବେ ଆସନ୍ତା ଶୁଣାଣୀ ପୂର୍ବରୁ ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଯଦି କିଛି ଅଭିଯୋଗ ରହିଥିବା ତେବେ ତାହାକୁ ଘଟଣାସ୍ଥଳରେ ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଆସନ୍ତା ଫେର୍ବୁଆରୀ ମାସ ୧୦ ତାରିଖ ଦିନ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସମାଧାନ କାର୍ଯ୍ୟକ୍ରମ କରାଯିବ ।ଦୁର୍ଗମ ଅଂଚଳର ଯେଉଁଠି ଗମନାଗମନ ଥିବା ଗ୍ରାମରେ ଜନ ଶୁଣାଣୀ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ଏଥି ନିମନ୍ତେ ସ୍ଥାନୀୟ ସଦଭାବନା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ,ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ , ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ,ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , ଜୟପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗୋପୀନାଥ ସାରକା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ,ବେସାମରିକ ପ୍ରତିରକ୍ଷା ବାହିନୀର ଉପନିୟନ୍ତ୍ରକ ରାମନାଥ ମିଶ୍ର ,ଜିଲ୍‌ା ଯୋଜନା ଓପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓ ଉପସ୍ଥିତ ରହ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ । ଜିଲ୍ଲା ଉନ୍ନୟନ ଅଧିକାରୀ ଅର୍ଚ୍ଚନା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗୀୟ ଅଧିକାରୀ ପି.କେ.ସାମଲ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।କୋରାପୁଟ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ନିଜସ୍ୱ ଉଦ୍ୟମରେ ବାଲ୍ୟବିବାହ ରୋକିବା ନିମନ୍ତେ ଅପରାଜିତା କାର୍ଯ୍ୟକ୍ରମ ସଫଳତା ପାଇଥିବା ବେଳେ ୨ୟ ନିଜସ୍ୱ କାର୍ଯ୍ୟକ୍ରମ ସମାଧାନ   ନିଶ୍ଚିତ ଭାବେ  ସଫଳତା ପାଇବ  ସାଧାରଣରେ ମତ ପ୍ରକାଶ ପାଇଛି ।ସମାଧାନ କାର୍ଯ୍ୟକ୍ରମ ଦ୍ୱାରା  ଗ୍ରାମାଂଚଳ ଲୋକମାନଙ୍କର ସାମଗ୍ରୀକ ବିକାଶ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.