Home ଓଡ଼ିଶା ଯୋଡା – ନିରଞ୍ଜନଙ୍କ ଦ୍ୱିତୀୟ ଥର ବୁଡି ଅଞ୍ଚଳ ଗସ୍ତ

ଯୋଡା – ନିରଞ୍ଜନଙ୍କ ଦ୍ୱିତୀୟ ଥର ବୁଡି ଅଞ୍ଚଳ ଗସ୍ତ

28

ଯୋଡା, ୨୮/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦ୍ୱିତୀୟବାର କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପର ବୁଡି ଅଞ୍ଚଳ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ଗ୍ରାମ ଏବଂ ସେମାନଙ୍କ ଥଇଥାନ ନିମନ୍ତେ ଉଦ୍ଧିଷ୍ଟ ସ୍ଥାନ ପରିଦର୍ଶନ କରିଛନ୍ତି । ବିସ୍ଥାପିତଙ୍କ ଦୁର୍ଦ୍ଦଶା ସରିବା ନା ଧରୁନଥିବା ବେଳେ କ୍ଷତିଗ୍ରସ୍ତ ବାସିନ୍ଦାଙ୍କ ସହ ସେ ସାମିଲ ହୋଇ ସେମାନେ କିପରି ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇପାରିବେ ଓ ପୁନଃଥଇଥାନ ହୋଇପାରିବେ ସେଥିପାଇଁ ପ୍ରଶାସନୀକ ସ୍ଥରରେ ସହାୟତାର ହାତ ବଢାଇଥିବା ଜଣାପଡିଛି । ଏହି ପ୍ରକଳ୍ପ ପାଇଁ ଭିଟାମାଟି ଛାଡିବାକୁ ପଡୁଥିବା ୧୬ଟି ଗ୍ରାମର ପ୍ରାୟ ୩ ହଜାର ୮ଶହ ୬୯ଟି ପରିବାରଙ୍କୁ ଅନ୍ୟତ୍ର ୧୨ଟି ବିସ୍ଥାପିତ କଲୋନୀରେ ଥଇଥାନ କରିବାକୁ ପଡୁଥିବା ବେଳେ ବିରିକଳାସ୍ଥିତ ପ୍ରସ୍ଥାବିତ ବିସ୍ଥାପିତ କଲୋନୀକୁ ସେ ବୁଲି ଦେଖିଥିଲେ । ଏହି କଲୋନୀରେ ବିରିକଳା, ଗୋବିନ୍ଦପୁର, ଡଡୁଆଁ ଅଞ୍ଚଳର ବୁଡି କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ କରାଯିବ ବୋଲି ଜଣାପଡିଛି । ତେବେ ଏହି ଥଇଥାନ କଲୋନୀରେ ଢଳେଇ ରାସ୍ତା, ଡ୍ରେନ ନିର୍ମାଣ କରାଯାଇସାରିଥିବା ବେଳେ କେତେକାଂଶରେ ଜାଗାର ପ୍ଲଟିଂ ମଧ୍ୟ କରାଯାଇଛି । କିନ୍ତୁ ଏହି ସ୍ଥାନକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ କରାଯାଇନଥିବା ବେଳେ ଜଳ ଯୋଗାଣର ବ୍ୟବସ୍ଥା ମଧ୍ୟ କରାଯାଇନଥିବା ଦେଖିବାକୁ ମିଳିଛି । ବିସ୍ଥାପିତ ନିୟମ ଅନୁଯାୟୀ ବିସ୍ଥାପିତ କଲୋନୀରେ ଶିକ୍ଷାର ବ୍ୟବସ୍ଥା, ଖେଳ ପଡିଆ, ଶଶ୍ମାନ ଘାଟର ବ୍ୟବସ୍ଥା କରାଯିବାର ପ୍ରାବଧାନ ଥିଲେ ମଧ୍ୟ ଅଦ୍ୟାବଧି ତାହା କରାଯାଇନାହିଁ । ବିସ୍ଥାପିତ ପରିବାରମାନଙ୍କୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଜାଗାର ପଟ୍ଟା ଯୋଗାଇଦିଆଯାଇନଥିବା ବେଳେ ସେମାନଙ୍କ ପକ୍ଷରେ ଗୃହ ନିର୍ମାଣ ସମ୍ଭବ ହୋଇପାରିନାହିଁ । ଫଳରେ ସରକାରଙ୍କ ଏହି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଶ୍ରୀ ପଟ୍ଟନାୟକ ଏହି ଅଞ୍ଚଳ ପରିଦର୍ଶନ ପରେ ଏ ସଂକ୍ରାନ୍ତରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପରେ ଶ୍ରୀ ପଟ୍ଟନାୟକ ଚମ୍ପୁଆସ୍ଥିତ ବିସ୍ଥାପିତ କଲୋନୀ ବୁଲି ଦେଖିଥିଲେ । ଏଠାରେ ସୂଚନା ଯୋଗ୍ୟ, ଚଳିତ ମାସ ୧୮ତାରିଖରେ ଶ୍ରୀ ପଟ୍ଟନାୟକ ଚମକପୁରଠାରେ ଏକ ସଭାରେ କ୍ଷତିଗ୍ରସ୍ତ ପରିବାରଙ୍କ ଅଭିଯୋଗ ଶୁଣିବା ସହ ବିଶଦଃ ଆଲୋଚନା କରିଥିଲେ ଏବଂ ସେ ଆଉଥରେ ୨୮ ତାରିଖରେ ଆସିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ମୁତାବକ ସେ ବିସ୍ଥାପିତଙ୍କ ନିକଟକୁ ଦ୍ୱିତୀୟବାର ଆସି କ୍ଷତିଗସ୍ତ ପରିବାରଙ୍କୁ ଭେଟିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର, କଂଗ୍ରେସର ଜଣେ ଦକ୍ଷ ସଂଗଠକ ଗୁରୁବକ୍ସ ସିଂ ଆଲୁୱାଲିଆ, ଅଶୋକ ଠକ୍କର, ଆଦିବାସୀ ଦଳିତ ସେଲର ରାଜ୍ୟ ସଭାପତି ବିଦ୍ୟାଧର ଦେହୁରୀ, ପୂର୍ବତନ ଜିଲ୍ଲାପରିଷଦ ପୂର୍ଣ୍ଣଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ପ୍ରାର୍ôଥ ଯଦୁମଣୀ ବାରିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.