Home ଓଡ଼ିଶା ଯୋଡା : ଶାନ୍ତାଳୀ ସମ୍ପ୍ରଦାୟର ବନ୍ଧୁ ମିଳନ, ‘ମାତୃଭାଷାର ଅବକ୍ଷୟ ଘଟିଲେ ସମ୍ପ୍ରଦାୟର ପତନ ଘଟେ’

ଯୋଡା : ଶାନ୍ତାଳୀ ସମ୍ପ୍ରଦାୟର ବନ୍ଧୁ ମିଳନ, ‘ମାତୃଭାଷାର ଅବକ୍ଷୟ ଘଟିଲେ ସମ୍ପ୍ରଦାୟର ପତନ ଘଟେ’

157

ଯୋଡା,୩୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ‘ମାତୃଭାଷା ଏକ ସମ୍ପ୍ରଦାୟର ପରିଚୟ ସୃଷ୍ଟି କରେ । ଏହା ସଂସ୍କୃତି ଓ ପରମ୍ପରାକୁ ଉଦ୍ୟିବିତ କରିଥାଏ । ମାତୃଭାଷାର ଅବକ୍ଷୟ ଘଟିଲେ ସମ୍ପ୍ରଦାୟର ପତନ ଘଟେ । ତେଣୁ ପ୍ରତ୍ୟେକ ଶାନ୍ତାଳ ସମ୍ପ୍ରଦାୟର ଭାଇ-ଭଉଣୀମାନେ ଅନ୍ତତଃ ନିଜ ପରିବାର ମଧ୍ୟରେ ନିଜ ମାତୃ ଭାଷାରେ କଥାବାର୍ତ୍ତା ହେବା ଉଚିତ୍ । ଶାନ୍ତାଳ ସମ୍ପ୍ରଦାୟର ଯୁବକ-ଯୁବତୀ ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ଦେଶ ବିଦେଶର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଏହି ଭାଷା ପ୍ରତି ଆଗ୍ରହ ଦିନକୁ ଦିନ କମିବାରେ ଲାଗିଛି । ତେଣୁ ନିଜ ଭାଷା, ସଂସ୍କୃତି ଏବଂ ପରମ୍ପରାକୁ ଉଦ୍ୟିବିତ ରଖିବାକୁ ପ୍ରତି ବର୍ଷ ସେମାନେ ନିଜ ଗାଁକୁ ଯାଇ ବନ୍ଧୁ ବାନ୍ଧବଙ୍କ ସହିତ ସମ୍ପର୍କ ରଖିବା ଆବଶ୍ୟକ’ ବୋଲି ବନେଇକଳାସ୍ଥିତ କମୁ୍ୟନିଟି ସେଣ୍ଟର ଠାରେ ଆୟୋଜିତ ଶାନ୍ତାଳ ସମ୍ପ୍ରଦାୟର ଏକ ବନ୍ଧୁ ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ତାଙ୍କ ସମ୍ପ୍ରଦାୟର ବନ୍ଧୁମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲା ଲହୁଣୀପଡାର ବି.ଡି.ଓ. ଭାନାଇ ଚନ୍ଦ୍ର ଟୁଡୁ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରାୟ ୨ଶହରୁ ଉର୍ଦ୍ଧ ଶାନ୍ତାଳ ସମ୍ପ୍ରଦାୟର ଭାଇ-ଭଉଣୀମାନେ ଏଥିରେ ଯୋଗଦେଇ ତାଙ୍କର ପାରମ୍ପରିକ ବେଶ ଭୁଷା ପରିଧାନ କରି ସଂଗୀତ ଓ ମାଦଳର ତାଳେ ତାଳେ ଶାନ୍ତାଳୀ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଶ୍ରୀ ମୁର୍ମୁ ଏବଂ ତାଙ୍କ ଧର୍ମ ପନôୀ ଯୋଗଦେଇ ବନ୍ଧୁ ମାନଙ୍କ ସହିତ ହାତରେ ହାତ ଛନ୍ଦି ନୃତ୍ୟ ପରିବେଷଣ କରିଥିଲେ । ଏହି ଚିତାକର୍ଷକ ନୃତ୍ୟ ଦେଖିବା ପାଇଁ ତାଙ୍କ ସମ୍ପ୍ରଦାୟ ବ୍ୟତୀତ ଅନ୍ୟ ଲୋକ ମାନେ ଏକତ୍ରିତ ହୋଇ ଏହାକୁ ବେଶ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.