Home ଜିଲ୍ଲା ପରିକ୍ରମା ଜିଲ୍ଲାକୁ ସବୁଜିମା କରିବା ପାଇଁ ସପଥ ନେଲେ ଛାତ୍ର ଛାତ୍ରୀ ଓ ଅଭିଭାକ

ଜିଲ୍ଲାକୁ ସବୁଜିମା କରିବା ପାଇଁ ସପଥ ନେଲେ ଛାତ୍ର ଛାତ୍ରୀ ଓ ଅଭିଭାକ

151

ମାଲକାନଗିରି ,୩୦ା୧୨ (ଓଡିଆ ପୁଅ  ) ମାଲକାନଗିର ଜିଲ୍ଲା ର ରାସ୍ତାପାର୍ଶ୍ବ ଓ ଅନ୍ୟାନ ସ୍ଥାନରେ ବୃକ୍ଷ ରୋପଣକରି ସବୁଜ ସୁନ୍ଦର ଗଢିତୋଳିବାର ସଂକଳ୍ପନେଇଛନ୍ତି ଛାତ୍ର ଛାତ୍ରୀ,ଅଭିଭାବକ ଓ ବିଭିନ୍ନ ଗ୍ରାମର ଆଦିବାସୀ ମହିଳା ଓ ପୁରୁଷ ମାନେ । ସ୍ଥାନୀୟ ପାତ୍ରଗୁଡା ଠାରେ ଥିବା ଜିଲ୍ଲା କିସ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଂଯୋଜକ ରୌମ୍ୟରଜଂନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସବୁଜିମା ସଭାରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ରବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକମି,ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର କିସ୍ ସଂସ୍ଥାର ଶରତଚନ୍ଦ୍ର ପଡିଆରୀ,ମଙ୍ଗୁଳି ସାମଲ,ଅଭିଭାବକ ସଂଘର ସଭାପତି ମୁକୁନ୍ଦପଡିଆମୀ,ସଂପାଦକ ନୃସିଂହ ନାୟକ,ଯୋଗଦେଇ ମଣିଷ ସମାଜ ଯେତେ ସଭ୍ୟଶିକ୍ଷିତ ହେଉଛନ୍ତି ସେତେ ସବୁଜ ବନାନୀ ଜଙ୍ଗଲକୁ ଧ୍ୱସଂକରି କଂକ୍ରୀଟ ଜଙ୍ଗଲ ସୃଷ୍ଟିକରି ପରିବେଷ କୁ ନଷ୍ଟକର ିଦେଉଥିବାରୁ ଖରାଦିନେ ଜିଲ୍ଲାବାସୀ ତତଲା କଢେଇରେ ପଡିବା ପରି ଅନୁଭବକରୁଛନ୍ତି । ନିଜ ନିଜ ବାଡି ବଗିଚାରେ ବୃକ୍ଷରୋପଣ ବୃକ୍ଷରୋପଣ କରି ଜିଲ୍ଲାରେ ସବୁଜିମା ସୃଷ୍ଟିକରିବା ପାଇଁ  ସଂକଳ୍ପ କରିଥିଲେ । ସଭାପ୍ରାରମ୍ଭରେ ଅତିଥିମାନଙ୍କ ସହ ଛାତ୍ର ଛାତ୍ରୀ ଅଭିଭାବକ,ଗ୍ରାମବାସୀ ମାନେ ସୋଭାଯାତ୍ରାରେ ଗ୍ରାମପରିକ୍ରମା କରି  ସନ୍ତୋଷୀ ମା ମନ୍ଦିର ପରିସର ଓ ପାତ୍ରଗୁଡା ରାସ୍ତାପାଶ୍ୱର୍ରେ ବିଭିନ୍ନପ୍ରକାର ଔଷଧୀୟ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଶତାଧିକ ଆଦିବାସୀ ମହିଳା ପୁରୁଷ ମାନେ ଯୋଗଦେଇ ସମଗ୍ର ଜିଲ୍ଲାକୁ ସବୁଜସୁନ୍ଦର କରିବା ପାଇଁ ସପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଉତମା ସାହା,ପ୍ରାସାଦ ନାୟକ,ଜୟନ୍ତୀ ବୁରୁଦା ପ୍ରମୁଖ ଯୋଗଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.