Home ଓଡ଼ିଶା ଯୋଡା : ଲୁହା ପିଲେଟରେ ମୋଟରସାଇକେଲ ଖସି ବୃଦ୍ଧା ମୃତ

ଯୋଡା : ଲୁହା ପିଲେଟରେ ମୋଟରସାଇକେଲ ଖସି ବୃଦ୍ଧା ମୃତ

26

ଯୋଡା, ୧୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ବିଭିନ୍ନ ପିଲେଟ କାରଖାନାରୁ ରେଳ ମାଧ୍ୟମରେ ଲୁହା ଗୁଲି ବାହାରକୁ ପଠାଯାଉଥିବା ବେଳେ ଏହା ପରିବହନ ସମୟରେ ରାସ୍ତାରେ ବିଛାଡି ହୋଇପଡିବା ଫଳରେ ଏଥିରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ ହେଉଥିବା ନଜିର ରହିଛି । ସୋମବାର ଅପରାହ୍ନରେ ଏହି ଲୁହା ଗୁଲିରେ ମୋଟରସାଇକେଲ ଖସି କମାରଯୋଡା ନିକଟରେ ଜଣେ ବୃଦ୍ଧାଙ୍କ ଅକାଳରେ ଜୀବନ ଚାଲିଯାଇଥିବା ଜଣାପଡିଛି । ବୃଦ୍ଧାଙ୍କ ନାମ ଗୁରୁ ଗୋପ ବୋଲି ଜଣାପଡିଥିବା ବେଳେ ତାଙ୍କର ଜ୍ୱାଇଁ ଡୋରା କେଇାଇ ତାଙ୍କୁ ଏକ ମୋଟରସାଇକେଲରେ ବସାଇ ବାଂଶପାଣିରୁ ଯୋଡା ଆସୁଥିବା ବେଳେ ଲୁହା ଗୁଲିରେ ଖସି ତାଙ୍କର ମୋଟରସାଇକେଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସମ୍ପୃକ୍ତ ବୃଦ୍ଧାଙ୍କର ଜୀବନ ଚାଲିଯାଇଥିଲା । ଏ ନେଇ ଯୋଡାରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ବିଭିନ୍ନ ରେଳ କ୍ଷେତ୍ରକୁ ପରିବହନ ସମୟରେ ଏହି ଲୁହା ଗୁଲିକୁ ବସ୍ତାରେ ଭର୍ତ୍ତି କରି ପରିବହନ କରାଯିବାର ସରକାରୀ ନିୟମ ଥିବା ବେଳେ ବିଭିନ୍ନ କାରଖାନା କର୍ତ୍ତୁପକ୍ଷ ଲାଭଖୋର ମନବୃତ୍ତି ରଖି ଖୋଲା ଟ୍ରକରେ ଏହା ପରିବହନ କରିଥାନ୍ତି । ଫଳରେ ଏହା ବିଭିନ୍ନ ସ୍ଥାନରେ ଟ୍ରକରୁ ଖସି ରାସ୍ତାରେ ବିଛାଡି ହୋଇପଡିଥାଏ । ଏଥିରେ ପାଦଚଲା ଲୋକ, ମୋଟରସାଇକେଲ ଏବଂ ଛୋଟ ଗାଡି ଖସି ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତି । ଅନେକ ଏଥିରେ ପଡି ଖଣ୍ଡିଆ ଖାବରା ହେବା ସହ ପୂର୍ବରୁ କେତେ ଜଣଙ୍କର ଜୀବନ ଚାଲିଯାଇଥିବା ମଧ୍ୟ ନଜିର ରହିଛି । ବାରମ୍ବାର ଏ ନେଇ ଅଭିଯୋଗ, ଆନ୍ଦୋଳନ, ରାସ୍ତା ରୋକ ଯୋଡା ଜନସାଧାରଣଙ୍କ ପକ୍ଷରୁ ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ କାରଖାନା କର୍ତ୍ତୁପକ୍ଷ ନିଦାବିଷ୍ଣୁ ସାଜିଛନ୍ତି । ଫଳରେ ସମ୍ପୃକ୍ତ ବୃଦ୍ଧାଙ୍କୁ ୧୦ଲକ୍ଷ ଟଙ୍କାର କ୍ଷତୀ ପୂରଣ ଦେବା ପାଇଁ ତାଙ୍କ ପରିବାର ଲୋକ ସମ୍ପୃକ୍ତ କମ୍ପାନୀ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.