Home ଓଡ଼ିଶା ଯୋଡା : ଟ୍ରକ ଧକ୍କାରେ ଅନ୍ୟ ଜଣେ ଟ୍ରକ ଚାଳକ ମୃତ

ଯୋଡା : ଟ୍ରକ ଧକ୍କାରେ ଅନ୍ୟ ଜଣେ ଟ୍ରକ ଚାଳକ ମୃତ

35

ଯୋଡା, ୧୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ଥାନା ତଥା ବିଲେଇଫଦା ଫାଣ୍ଡି ଅଧିନ କଣ୍ଡରା ପେଟ୍ରୋଲ ପମ୍ପରେ ତେଳ ଭର୍ତ୍ତି କରିବାକୁ ଯାଇଥିବା ଏକ ଟ୍ରକ ଚାଳକ ଆଉ ଏକ ଟ୍ରକ ପଛ ପଟୁ ଧକ୍କା ଦେବା ଫଳରେ ୨ ଟ୍ରକ ମଝିରେ ଚାପି ହୋଇ ଗୋଟିଏ ଟ୍ରକର ଚାଳକ ସହଦେବ ପ୍ରଧାନ (୪୦)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଅସାବଧାନତା କାରଣକୁ ଘଟିଥିବା ଏହି ଦୁର୍ଘଟଣାରେ ମୃତକ ସହଦେବଙ୍କ ଘର ବାରିଆ ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମରେ ବୋଲି ଜଣାପଡିଛି । ଏହି ମୃତ ଚାଳକର ଟ୍ରକ ନଂ. ଓଡି୦୯ଭି–୨୩୨୪ ହୋଇଥିବା ବେଳେ ଏହା ଯୋଡା ଅଞ୍ଚଳର ଅଜୟ ସିଂହା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଉଭୟ ଟ୍ରକ ଦୁଇଟିକୁ ଯୋଡା ଆରକ୍ଷୀ ଜବତ କରିଥିବା ମାମଲା ଋଜୁ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.