Home ଓଡ଼ିଶା ଯୋଡା : ଶ୍ରୀ ଶ୍ରୀ ହନୁମାନ ମନ୍ଦିର ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ

ଯୋଡା : ଶ୍ରୀ ଶ୍ରୀ ହନୁମାନ ମନ୍ଦିର ନିମନ୍ତେ ଭୂମି ପୂଜନ ଅନୁଷ୍ଠିତ

31

ଯୋଡା, ୧୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ସହରର ଷ୍ଟେଟ ବ୍ୟାଙ୍କ ଶାଖା ନିକଟରେ ଥିବା ଅଶ୍ୱସ୍ଥ ବୃକ୍ଷ ନିକଟରେ ଥିବା ଶ୍ରୀ ଶ୍ରୀ ହନୁମାନଙ୍କ ବିଗ୍ରହ ଦୀର୍ଘ ଦଶନ୍ଧି ଧରି ପୂଜା ଅର୍ଚ୍ଚନା ହୋଇଆସୁଥିଲା । ତେବେ ଉଡନ୍ତା ସେତୁ ନିର୍ମାଣ ଯୋଗୁଁ ଏହି ମନ୍ଦିରର ଅଧିକାଂଶ ଅଂଶ ପ୍ରଶାସନ ପକ୍ଷରୁ ଭାଙ୍ଗିିଦିଆଯାଇଛି । ତେଣୁ ଯୋଡା ସହରରେ ଥିବା ଭକ୍ତମାନଙ୍କ ଦ୍ୱାରା ଆଉ ଏକ ନୂତନ ମନ୍ଦିର ତିଆରି କରି ବିଗ୍ରହଙ୍କୁ ପ୍ରତିଷ୍ଠା କରିବା ପାଇଁ ସୋମବାର ଠାରୁ ପ୍ରୟାଶ ଆରମ୍ଭ ହୋଇଛି । ଯାଗାର ସ୍ୱଳ୍ପତା ଯୋଗୁଁ ଏବେ ଏହି ମନ୍ଦିରରକୁ ତିନି ମହଲା ବିଶିଷ୍ଟ କରାଯିବ ବୋଲି ଯୋଜନା କରାଯାଇଥିବା ବେଳେ ସୋମବାର ଏହାର ଭୂମି ପୂଜନ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୂମି ପୂଜନ ବ୍ୟତୀତ ପୁରୁଣା ମନ୍ଦିର ପରିସରରେ ପୂଜା ଅର୍ଚ୍ଚନା କରାଯିବା ପରେ ଯଜ୍ଞ ଏବଂ ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନର ମଧ୍ୟ ଆୟୋଜନ କରାଯାଇଛି । ମନ୍ଦିର ସମିତି ପକ୍ଷରୁ ସୂଚନା ମିଳିଛି ଯେ, ଏହା ଜିଲାର ପ୍ରଥମ ତିନି ମହିଲା ବିଶିଷ୍ଟ ମନ୍ଦିର ହବେ । ଏଥି ପାଇଁ ପୁରୀ ଜଗନ୍ନାଥ ଧାମରୁ ମଧ୍ୟ ଅନୁମତି ନିଆଯାଇଛି । ଯୋଜନା ମୁତାବକ ସବୁଠାରୁ ତଳ ମହଲାରେ ଶ୍ରୀ ଶ୍ରୀ ହନୁମାନ ଏବଂ ସନିଦେବଙ୍କ ବିଗ୍ରହ ରହିବ, ପ୍ରଥମ ମହଲାରେ ଶ୍ରୀରାମ ଦରବାର ଅନୁଷ୍ଠିତ ହେବ ଯେଉଁଥିରେ ଶ୍ରୀରାମ, ସୀତାମାତା ଏବଂ ଲକ୍ଷ୍ମଣ ତଥା ହନୁମାନଙ୍କ ମୂର୍ତ୍ତି ରହିବ । ସେହିପରି ଦ୍ୱିତୀୟ ମହଲାରେ ଭଜନ କୀର୍ତ୍ତନ ପାଇଁ ଏକ ବଡ କୋଠରୀ ରହିବ । ଏହି କାର୍ଯ୍ୟକ୍ରମରେ ଏହି କମିଟିର ସଭାପତି ବିକାଶ ପିରୋଜିବାଲା, ସମ୍ପାଦକ ସରୋଜ ସାଓ, କୋଷାଧ୍ୟକ୍ଷ ସୋନୁ ଚୌଧୁରୀ, ଶଙ୍କର ଚୌଧୁରୀ, ବିପୀନ କୁମାର, ନନ୍ଦଲାଲ ଖଣ୍ଡେଲୱାଲ, ମିରଗନ ରାଣା, ଶିବନାଥ ପଣ୍ଡିତ, ନରେଶ ଚୌଧୁରୀ, ସୁରେଶ ବେହେରା, ଅରୁଣ ପଣ୍ଡିତଙ୍କ ସହିତ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.