Home ଓଡ଼ିଶା ଯୋଡା : ଲୁହାପଥର ଚୋରା କାରବାରରେ ସମ୍ପୃକ୍ତ ଜଣେ ଗିରଫ

ଯୋଡା : ଲୁହାପଥର ଚୋରା କାରବାରରେ ସମ୍ପୃକ୍ତ ଜଣେ ଗିରଫ

107

ଯୋଡା, ୧୦ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲୁହାପଥର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖଣି ମାଫିଆମାନେ ପୁଲିସ, ଖଣି ବିଭାଗ, ଜଙ୍ଗଲ ବିଭାଗ ଆଖିରେ ଧୂଳି ଦେଇ ତାଙ୍କର ଲୁହାପଥର ଚୋରା କାରବାର ଚଳାଇଆସୁଛନ୍ତି । ବାରମ୍ବାର ଚୋରା ଲୁହାପଥର ବୋଝେଇ ଟ୍ରକ ଧରାପଡୁଥିଲେ ମଧ୍ୟ ଏହି ଚୋରାକାରବାର ଅଟକିବା ନା ଧରୁନାହିଁ । ଗତ ୪ ତାରିଖ ଦିନ ଯୋଡା ଆରକ୍ଷୀ ପଶ୍ଚିମବଙ୍ଗର ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକକୁ ଜବତ କରିଥିଲା । ଏଥିରେ ୨୫ଟନ୍ ପରିମାଣର ଉଚ୍ଚ ମାନର ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିବା ବେଳେ ଯାହାର ଆନୁମାନୀକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳ କରାଯାଉଛି । ଏହି ଘଟଣାଟିରେ ଆରକ୍ଷୀ ଟ୍ରକର ଚାଳକ ଲାଲୁ ଯାଦବ (୨୫) ଏବଂ ଚୋରାକାରବାରରେ ସମ୍ପୃକ୍ତ ସ୍ଥାନୀୟ ଜଣେ ବ୍ୟକ୍ତି ସଦାନନ୍ଦ ମାନକୀ (୩୦)କୁ ଗିରଫ କରିଥିଲା । ତେବେ ଏହି ଘଟଣାଟିର ମୁଖ୍ୟ ଆସାମୀ କୁହାଯାଉଥିବା ଅଶୋକ ମାନାକୁ ଆରକ୍ଷୀ ବୁଧବାର ବିଳମ୍ବିତ ରାତ୍ରିରେ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଚାଳକ ଲାଲୁର ଘର ବିହାର ରାଜ୍ୟରେ ହୋଇଥିବା ବେଳେ ସଦାନନ୍ଦ ମାନକୀଙ୍କ ଘର ଯୋଡାସ୍ଥିତ ଶାସ୍ତ୍ରୀ ନଗରରେ ବୋଲି ଜଣାପଡିଥିଲା । ତେବେ ବୁଧବାର ଦିନ ଗିରଫ ହୋଇଥିବା ଅଶୋକ ମାନାର ଘର ଝାରଖଣ୍ଡ ରାଜ୍ୟର ଉପାନ୍ତ ଜାମଦାରେ ବୋଲି ଜଣାପିଡିଥିବା ବେଳେ ଏହି ଚୋରାକାରବାରରେ ଗିରଫ ଅଶୋକଙ୍କ ସହିତ ସଦାନନ୍ଦଙ୍କ ସମ୍ପର୍କ ଥିବା ଆରକ୍ଷୀ ସୂତ୍ରରୁ ଜଣାପଡିଛି । ଏହି ଚୋରାକାରବାର ପାଇଁ ଅଶୋକ ସଦାନନ୍ଦଙ୍କୁ ଆର୍ôଥକ ସହାୟତା ଯୋଗାଉଥିବା ବେଳେ ଅଶୋକଙ୍କର ମୋବାଇଲରୁ ଏକା ସ୍ପଷ୍ଟ ହୋଇଛି ବୋଲି ଆରକ୍ଷୀ ସୂଚନା ଦେଇଛି । ଏମାନେ ଜୁରୁଡିସ୍ଥିତ ଆଇଟିସି ବନ୍ଦ ଖଣିରୁ ଏହି ଲୁହାପଥର ଚୋରି କରି ବାହାର ରାଜ୍ୟକୁ ପଠାଉଥିବା ବେଳେ ବାଂଶପାଣି ଟୋଲଗେଟ ନିକଟରୁ ଧରାପଡିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.