Home Top News ତୈଳ ଦରବୃଦ୍ଧି ପ୍ରସଙ୍ଗରେ ରାଜଧାନୀର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ତୈଳ ଦରବୃଦ୍ଧି ପ୍ରସଙ୍ଗରେ ରାଜଧାନୀର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

44

ଭୁବନେଶ୍ୱର ୧୧.୬ (ଓଡ଼ିଆ ପୁଅ) – ବର୍ତମାନ କରୋନା ମହାମାରୀ ସମୟରେ ଜନସାଧାରଣ ଜୀବିକା ହରାଇ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଏହି ସମୟରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି ଫଳରେ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବେଢ଼ି ଉପରେ କରୋଡା ସଦୃଶ। କଂଗ୍ରେସ ଦଳ ସଦାସର୍ବଦା ଜନହିତ ପାଇଁ କାର୍ଯ୍ୟକରୁଛି। ଏଆଇସିସିର ନିଷ୍ପତି ଏବଂ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି ତୈଳ ଦରବୃଦ୍ଧିର ପ୍ରତ୍ୟାହାର ଦାବିରେ ଆଜି ସାରା ରାଜ୍ୟରେ ସକାଳ ୭ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ୪ ଘଂଟା ପାଇଁ ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ଅବସରରେ ରାଜଧାନୀରେ ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିଶେଷ କରି ୟୁନିଟ-୨ ମାର୍କେଟ ବିଲିଂଡି ପାଖ, ରାମମନ୍ଦିର ଛକ, କଳ୍ପନା ଛକ, ବାଣୀବିହାର ଛକ, ରସୁଲଗଡ଼, ନଖରା, ସାମନ୍ତରାପୁର, ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ୟୁନିଟ-୮ ଡେଲଟା ଛକ ପାଖ ଏବଂ କଳିଙ୍ଗ ଷ୍ଟାଡିମଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ୧୦ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ବୁଦ୍ଧିଜୀବି, ଛାତ୍ର, ମହିଳା, ଯୁବ, ସାମାଜିକ ଅନୁଷ୍ଠାନ ବ୍ୟବସାୟୀ ଏବଂ ସାଧାରଣ ଜନତା ସହଯୋଗ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.