Home ଓଡ଼ିଶା ଯୋଡା : ଆଜି ସାବିତ୍ରୀ: ଦ୍ରୌପଦୀଙ୍କ ଆକ୍ରମଣରେ ସ୍ୱାମୀ ରକ୍ତାକ୍ତ

ଯୋଡା : ଆଜି ସାବିତ୍ରୀ: ଦ୍ରୌପଦୀଙ୍କ ଆକ୍ରମଣରେ ସ୍ୱାମୀ ରକ୍ତାକ୍ତ

160

ଯୋଡା, ୧୦ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଆଜି ସାବିତ୍ରୀ ବ୍ରତ । ପ୍ରବାଦ ଅଛି ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଆଜି ଦିନରେ ଯମରାଜଙ୍କ ନିକଟରୁ ମୃତ୍ୟୁ ମୁଖରୁ ଫେରାଇଆଣିଥିଲେ । ଆଜି ଦିନ ରେ ଓଡିଆ ଘରର ବୋହୁ ମାନେ ତାଙ୍କ ସ୍ୱାମୀଙ୍କର ଶୁଭମନାସୀ ଓଷା ବ୍ରତ ପାଳନ କରିଥାନ୍ତି । ତେବେ ଆଜି ଦିନରେ ଯୋଡା ବ୍ଲକ ଭଦ୍ରାସାହୀ ପଞ୍ଚାୟତର ଝାଡଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ଦ୍ରୌପଦୀଙ୍କ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ମୋଟୁ ମୁଣ୍ଡା ରକ୍ତାକ୍ତ ହୋଇପଡିବା ପରେ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମୋଟୁ ମୁଣ୍ଡା ଏକ କମ୍ପାନୀରେ ଶ୍ରମିକ ଭାବେ କାର‌୍ୟ୍ୟ କରିଥାନ୍ତି । ସେ ରାତି କାମ ସାରି ଘରୁକୁ ଫେରି ଶୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଘର ଭିତରକୁ ପଶିବା ଦେଖିଥିଲେ । ଏଥିରେ ସେ ବ୍ୟକ୍ତି ଜଣଙ୍କୁ ଭିତରକୁ ନଯିବାକୁ ବାରଣ କରିବାରୁ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କ ସହିତ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦ୍ରୌପଦୀ ଏକ ଇଟା ଖଣ୍ଡରେ ସ୍ୱାମୀ ମୋଟୁଙ୍କ ମୁଣ୍ଡକୁ ପିଟିଦେବା ସହ ମରଣାନ୍ତକ ଆକ୍ରମଣ କରିଥିବା ମୋଟୁ ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି । ସେ ଗୁରୁତର ଅବସ୍ତାରେ ରକ୍ତାକ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକେ ବଡବିଲ ଆରକ୍ଷୀଙ୍କୁ ଖବର ଦେଇଥିଲେ । ଆରକ୍ଷୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଘଟଣା ପରେ ଦ୍ରୌପଦୀ ଫେରାର ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.