Home ଓଡ଼ିଶା ଉର୍ଜା ଓ ଇସ୍ପାତ ପ୍ରସଙ୍ଗରେ ଜାପାନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତକାର

ଉର୍ଜା ଓ ଇସ୍ପାତ ପ୍ରସଙ୍ଗରେ ଜାପାନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତକାର

249

ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୦ (ଓଡ଼ିଆ ପୁଅ) – ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଜାପାନର ଅର୍ଥ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ହିରୋସୀ କାଜିୟାମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଯାଇଛି। ଏହି ଆଲୋଚନା କାଳରେ ଭାରତ ଓ ଜାପାନ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଉଭୟ ମନ୍ତ୍ରୀ ଉର୍ଜା ଓ ଇସ୍ପାତ୍ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନର ଅନେକ ଇସ୍ପାତ କମ୍ପାନୀ ଗୁଡିକ ଭାରତର ଇସ୍ପାତ କମ୍ପାନୀମାନଙ୍କ ସହ ମିଶି କାମ କରୁଛନ୍ତି। ଯଦ୍ୱାରା ବିଗତ ଦିନମାନଙ୍କରେ ଦୁଇ ଦେଶର ସମ୍ପର୍କ ଦ୍ୱାରା ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି। ଏହି ଅବସରରେ ଜାପାନର ମନ୍ତ୍ରୀ ଏଲଏନଜି କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଜାପାନର କମ୍ପାନୀ ମାନେ ଭାରତର ତୈଳ, ଗ୍ୟାସ କ୍ଷେତ୍ରରେ ସହଯୋଗୀ ହେବାକୁ ଇଚ୍ଛୁକ ଥିବା ସେ କହିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ଅଗ୍ରଗତି ତଥା ବ୍ୟବସାୟିକ କାରବାର ପାଇଁ ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ା ୨୦୧୯ ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସରେ ଭାରତ ଗତ ୩ ବର୍ଷରେ ୬୭ତମ ର୍ୟାଙ୍କରୁ ୬୩ତମ ର୍ୟାଙ୍କରେ ପହଁଚିଛି। ପୁଞ୍ଜିନିବେଶ ତଥା ବ୍ୟବସାୟିକ କାରବାର ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ ଲମ୍ବା ସମୟ ଚୁକ୍ତି ଅନୁଯାୟୀ ଭାରତ ଠାରୁ ଲୁହା ପଥର ଆମଦାନୀ କରୁଥିବା ବେଳେ ଭାରତ ଜାପାନ ଠାରୁ ମୂଲ୍ୟବାନ ଇସ୍ପାତ ଆମଦାନୀ କରୁଛି। ୨୦୨୪ ସୁଦ୍ଧା ଭାରତ ଦେଶର ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ପାଇଁ ୧୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ। ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନର ଲକ୍ଷ୍ୟ ହାସଲ କଲେ ଇସ୍ପାତ ଶିଳ୍ପ ବୃଦ୍ଧି ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଭିତିଭୂମିର ବିକାଶ ପାଇଁ ଆମେରିକୀୟ ଡଲାରରେ ୧.୪ ଟ୍ରିଲିୟନ ପୁଞ୍ଜିନିବେଶ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହାସହ ଜାପାନର କାର୍ଯ୍ୟଶୈଳି, ନୂଆ ନୂଆ ଯନ୍ତ୍ରପାତି ତିଆରି କରିବାର ଉତ୍ସାହ ଏବଂ ଶିଳ୍ପ ଉଦ୍ୟୋଗକୁ ପ୍ରଶଂସା କରିବା ସହ ଏହି ଅବସରରେ ଶ୍ରୀ ପ୍ରଧାନ ଜାପାନର ଶକ୍ତି ଓ ଇସ୍ପାତ୍ କମ୍ପାନୀ ଗୁଡିକୁ ଭାରତରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.