Home ଓଡ଼ିଶା ଯୋଡା : ଲଗାଣବର୍ଷାର ପ୍ରଖର ଜଳସ୍ରୋତରେ ଭାସିଗଲା କେଥହାଟିଂ ପୋଲ, ଭୂୟାଁରୋଇଡା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଯୋଡା : ଲଗାଣବର୍ଷାର ପ୍ରଖର ଜଳସ୍ରୋତରେ ଭାସିଗଲା କେଥହାଟିଂ ପୋଲ, ଭୂୟାଁରୋଇଡା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

70

ଯୋଡା,୨୭/୫( (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ୍ର) ସାମୁଦ୍ରିକ ଝଡ ବାତ୍ୟା ୟାସ ଯୋଗୁଁ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ତଥା ଆଖପାଖ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ଯୋଗୁଁ କେତେକ ସ୍ଥାନ ରେ ଗଛ ପଡିବା ସହ ରାସ୍ତାଉପରେ ପାଣି ଜମା ହୋଇ ରାସ୍ତା ନ ଜଣାପଡିବା ଭଳି ପରିସ୍ଥିତି ଦେଖାଯାଇଛି । ଏପରି ବର୍ଷା ଯୋଗୁଁ ଧନଜୀବନ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ସୁନାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପ୍ରାପ୍ତ ହେତୁ ଯୋଡା ବ୍ଲକ ଭୂୟାଁରୋଇଡା ପଞ୍ଚାୟତ କେଥହାଟିଂ ନିକଟରେ ଥିବା ସୁନାନଦୀ ପୋଲଟି ଲଗାଣବର୍ଷା ଧୋଇହୋଇ ଭାସିଯିବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଖବର ହସ୍ତଗତ ହୋଇଛି । ତେବେ ଯୋଡା ବ୍ଲକ ଭୂୟାଁରୋଇଡା ପଞ୍ଚାୟତର ଉକ୍ତ ପୋଲ ଲଗାଣବର୍ଷାରେ ଧୋଇଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଏପର୍ଯ୍ୟନ୍ତ ପଡିନାହିଁ । ପ୍ରତିବର୍ଷ ଏଭଳି ସ୍ଥିତି ଲାଗି ରହିଥିଲେ ହେଁ କୌଣସି ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ନେଇ ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ଏପରିକି ପଞ୍ଚାୟତବାସୀ ଯାତାୟତ କରିବାକୁ ନାହିଁନଥିବା ଅସୁବିଧା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ପଞ୍ଚାୟତର କେଥହାଟିଂ ସମେତ ଚୋରମାଲଦା,କାଟେସାହି,କୁନ୍ଦୁରୁପାଣି ଗୁଆଲୀ ଏବଂ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ଗ୍ରାମ ଗୁଡିକର ଲୋକେ ଏହି ପୋଲଦେଇ ଗମନାଗମନ କରିଥାନ୍ତି । ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମକ୍ରମେ ଏହି ଛୋଟ ପୋଲଟି ନିର୍ମାଣ ହୋଇଥିଲା । ଯୋଡା ପୌରପାଳିକା – ଭୂୟାଁରୋଇଡା ପଞ୍ଚାୟତର ସୀମାରେଖାରେ ଏହି ନଦୀଟି ପ୍ରବାହିତ ହୋଇ ଏହି ଅଞ୍ଚଳକୁ ସ୍ପଷ୍ଟ ସୂଚାଇ ଦେଇଥାଏ । ଯୋଡା ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ ଭୂୟାଁରୋଇଡା ପଞ୍ଚାୟତର କେଥକ୍ୟାମ୍ପ । ଯାହା ଏକ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ । ଯୋଡା ସହର ଓ କେଥକ୍ୟାମ୍ପ ମଧ୍ୟଭାଗ ଦେଇ ବହିଯାଇଛି ସୁନାନଦୀ । ଗତ ମଙ୍ଗଳବାର ଠାରୁ ସାମଦ୍ରିକ ବାତ୍ୟା ୟାସ ଯୋଗୁଁ ଦୁଇ ତିନିଦିନ ଧରି ଲଗାଣ ବର୍ଷା ସହ ସମ୍ପୃକ୍ତ ଚିରସ୍ରୋତା ନାଳର ଉପରମୁଣ୍ଡ ଇଲାକାରେ ପ୍ରବଳ ବର୍ଷା କାରଣରୁ ଏହି ଚିରସ୍ରୋତା ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିବାର ଖବର ମିଳିଛି । ଅନବରତ ବର୍ଷା କାରଣରୁ ନଦୀର ପ୍ରଖର ଜଳସ୍ରୋତ ପ୍ରବାହିତ ହେବା ଯୋଗୁଁ ପୋଲଟି ଭାସିଯାଇଥିବା ନେଇ ଗ୍ରାମବାସୀ କହିଛନ୍ତି । ପୋଲ ଭାସିଯିବା ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ସାମୁହିକ କାର୍ଯ୍ୟପାଇଁ ଯୋଡା ସହର ଉପରେ ନିର୍ଭରଶୀଳଥିବା ବେଳେ ଏହି ରାସ୍ତାରେ ଯାତାୟତ ଠପ୍ ସହ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଛି । ପୋଲଟି ଭାସିଯିବା ଫଳରେ ଯୋଡାକୁ ୬ କିଲୋମିଟର ପରିବର୍ତ୍ତେ ୨୦ କିଲୋମିଟର ଦୂରପଥ ଅତିକ୍ରମ କରିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ,ଲଗାଣ ବର୍ଷା ହେଲେ ଏହି ପୋଲର ଅର୍ଦ୍ଧାଧିକ ଅଂଶ ସୁନାନଦୀ ଜଳସ୍ରୋତରେ ଧୋଇଯାଏ ଓ ଭାସିଯାଏ । ହେଲେ ଏହାର ପ୍ରତିକାର ଦିଗରେ ସ୍ଥାନୀୟ ଖଣି କମ୍ପାନୀ ତଥା ଜିଲ୍ଲା ପ୍ରଶାସନ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁନଥିବା ହେତୁ ପ୍ରତିବର୍ଷ ବର୍ଷାଦିନରେ ଘାଣ୍ଟି ହୁଅନ୍ତି ଏହି ଅଞ୍ଚଳବାସୀ । ଗତବର୍ଷ ଏହି ସମୟରେ ପେ।।ଲର ଅର୍ଦ୍ଧଭାଗ ଧୋଇଯିବା କାରଣରୁ ସ୍ଥାନୀୟ ଗ୍ରାମବାସୀ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହୋଇ ପ୍ରଶାସନ ନଶୁଣିବା କାରଣରୁ ଶେଷମୁହୂର୍ତ୍ତରେ ଉପାୟଶୂନ୍ୟ ହୋଇ ପୋଲକୁ ସଂଯୋଗ କରି ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତକୁ ଆପଣେଇବାର କିଛିଦିନ ପରେ ସ୍ଥାନୀୟ ଘରୋଇ କମ୍ପାନୀ ପକ୍ଷରୁ ତାଳିପକା କାମ କରିଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର ନାଁଗନ୍ଧ ନାହିଁ । ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.