Home ଓଡ଼ିଶା ଯୋଡା : ପୁଲିସକୁ ଆକ୍ରମଣ କରି ମହିଳା ଗିରଫ

ଯୋଡା : ପୁଲିସକୁ ଆକ୍ରମଣ କରି ମହିଳା ଗିରଫ

640

ଯୋଡା, ୦୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ଯୋଡା ବସ୍ ଷ୍ଟାଣ୍ଡ ଠାରେ ଫଳ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ସୁରୋଶ ସୋନକାର ଫଳ ଦୋକାନଟିକୁ ଜବର ଦଖଲ କରି ସାମନାକୁ ବୃଦ୍ଧି କରିଥିବା ଫଳରେ ବସ୍ ଷ୍ଟାଣ୍ଡରେ ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ପୌରପାଳିକା ପକ୍ଷରୁ ଏହାକୁ ହଟାଇବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଗିଦ କରିଥିଲେ । ଫଳରେ ତାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏଥିରେ ନିର୍ବାହୀ ଅଧିକାରୀ ପୁଲିସର ସହାୟତା ନେଇଥିଲେ । ଏହି ସମୟରେ ସୁରେଶ ସୋନକରଙ୍କ ପୁଅ ବିକି ସୋନକର ଓ ସ୍ତ୍ରୀ ସୁନିତା ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପୁଲିସ ସହିତ ସେମାନଙ୍କର ଖୁବ୍ ପ୍ରଥମେ ବଚସା ଏବଂ ପରେ ସେମାନେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ତେବେ ଘଟଣାଟି ମାର୍ଚ୍ଚ ୩୦ ତାରିଖରେ ଘଟିଥିବା ବେଳେ ସେହି ଦିନ ବିକି ସୋନକାର (୨୨) କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରୀରେ ପୁଲିସ ସୁନିତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହା ଭିତରେ ଯୋଡା ପୌରପାଳିକା ଫଳ ଦୋକାନଟିକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ୨୪ ଘଣ୍ଟିଆ ନୋଟିସ୍ ଜାରି କରିଥିବା ବେଳେ ଦୋକାନଟି ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.