Home କୋରାପୁଟ କୋରାପୁଟରେ ଆଜାଦୀ କି ଅମୃତ ଉତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ରାସ୍ତା ସେମିନାର

କୋରାପୁଟରେ ଆଜାଦୀ କି ଅମୃତ ଉତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ରାସ୍ତା ସେମିନାର

41

କୋରାପୁଟ ୨୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟସ୍ଥିତ ସଦଭାବନା ସଭାଗୃହଠାରେ ଆଜାଦୀ କି ଅମୃତ ଉତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟରାସ୍ତା ସେମିନାର ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ବିଭିନ୍ନ ଗ୍ରାମରେ କରାଯାଉଥିବା ରାସ୍ତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।ଏନବିସିସି  ଏବଂ ବ୍ରିଜ ଓ ରୁଫ କଂପାନୀ ଜିଲ୍ଲାରେ କରୁଥିବା କାର୍ଯ୍ୟର ତଦାରଖ  କରିବାକୁ ଉପସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡାଲ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଓ ବ୍ଲକର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଗ୍ରାମ୍ୟ ନିର୍ମାଣ କୋରାପୁଟ ବିଭାଜନର ନିର୍ବାହୀ ଯନ୍ତ୍ରୀ ଡ. ପ୍ରଭାକର ବେହେରା ଯୋଗଦେଇ ପରିଚାଳନା କରିଥିଲେ ।ସୁନାବେଡା ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀଧର ନାୟକ,ସୁନାବେଡା ବିଭାଜନର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି,ଜୟପୁର ବିଭାଜନର ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଭାରତବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା  ବୈପ୍ଲବିକ ପରିବର୍ତନ  ଆଣିପାରିଛି ବୋଲି କୋରାପୁଟ ବିଭାଜନ ନିର୍ବହୀ ଯନ୍ତ୍ରୀ  ପ୍ରଭାକର ବେହେରା ସୂଚନା ଦେଇଛନ୍ତି । ରାସ୍ତା ନିର୍ମାଣର ସବୁ  ପଏଂଟକୁ ଧ୍ୟାନ ଦିଆଯାଇ କାର୍ଯ୍ୟ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.