Home ଓଡ଼ିଶା ଯୋଡା : ବିଲେଇପଦା ବିପନ୍ନଙ୍କୁ ବିଜେପିର ସହାୟତା

ଯୋଡା : ବିଲେଇପଦା ବିପନ୍ନଙ୍କୁ ବିଜେପିର ସହାୟତା

182

ଯୋଡା, ୨୮ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାତ୍ୟା ୟସ୍ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯୋଡା ବ୍ଲକ ବିଲେଇପଦା ନିକଟ ମୂର୍ଗାନାଳ କଡରେ ଥିବା ଘର ଗୁଡିକ ବନ୍ୟା ଜଳରେ ବୁଡିଯାଇଥିଲା । ଫଳରେ ଲୋକେ ତିନି ଦିନ ଧରି ଉଚ୍ଚ ସ୍ଥାନକୁ ଚାଲିଯାଇ ଜୀବନ ରକ୍ଷା କରିଥିବା ବେଳେ ସେମାନଙ୍କର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିଲା । ଏପରିକି ତିନି ଦିନ ଧରି କାହାରି ଘରେ ଚୂଲି ଜଳିନଥିବା ବେଳେ ଲୋକେ ଭୋକ ଉପାସରେ ଉଦା ଲୁଗା ପିନ୍ଧି ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ । ପିଲା ଛୁଆ ଧରି ଲୋକେ ହୀନସ୍ତା ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ମିଳିନଥିଲା । ଗୋଟିଏ ଲେଖା ପଲିଥିନ ଦେଇ ପ୍ରଶାସନ ନିଜର ଦାୟିତ୍ୱ ସାରିଦେଇଥିଲା । ଏହି ବିପନ୍ନଙ୍କୁ ସହାୟତା ପାଇଁ ଏବେ ବିଜେପି ହାତ ବଢାଇଥିବା ଜଣାପଡିଛି । ଦଳର ବରିଷ୍ଠ ନେତା ତଥା ଚମ୍ପୁଆର ଦଳିୟ ପ୍ରାର୍ଥô ଡଃ ମୁରଲୀ ମନୋହର ଶର୍ମାଙ୍କ ସହଯୋଗ କ୍ରମେ ଦଳର ମୁଖ୍ୟ କର୍ମକର୍ତ୍ତାମାନେ ଶୁକ୍ରବାର ଏହି ବିପନ୍ନ ପରିବାର ଗୁଡିକ ପାଖରେ ପହଞ୍ଚିତ ସେମାନଙ୍କ ଡାଲି, ଚାଉଳ, ତେଳ, ଲୁଣ, ଚିନି, କମ୍ବଳ ଏବଂ ଲୁଗାପଟା ବିତରଣ କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ବଡବିଲ ବିଜେପି ସଭାପତି ବ୍ରଜକିଶୋର ସାହୁ, ଯୁବ ମୋର୍ଚ୍ଚା ଉପସଭାପତି ପରମଜିତ୍ ସିଂ, ବିଲେଇପଦା ମଣ୍ଡଳ ସଭାପତି ଅଲେଖ ବାରିକ୍, ସମ୍ପାଦକ ସୁଧାଂଶୁ ସେଖର ନାଏକ, ସମ୍ପାଦୀକା ସବିତା ପାତ୍ର, ଶକ୍ତିକେନ୍ଦ୍ର ପ୍ରମୁଖ ଦୀନେଶ ପୂର୍ତ୍ତୀ, ପ୍ରଦୀପ ପଟ୍ଟନାୟକ, ଏସ୍.ଟି ମୋର୍ଚ୍ଚା ସଭାପତି ମିଲନ ବେହେରା ଓ ସୁବାଷ ଲୋହାର ପ୍ରମୁଖ ଯୋଗଦେଇଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଖାମଖିଆଲ ଯୋଗୁଁ ଏହି ମନୁଷ୍ୟକୃତ ବନ୍ୟାରେ ଲୋକଙ୍କ ସର୍ବଶ୍ୱ ନଷ୍ଟ ହୋଇଯାଇଥିବା ବେଳେ କମ୍ପାନୀ ପରିବାର ପିଛା ୬ ହଜାର ଟଙ୍କା ଦେଇ ଚୁପ ରହିବାକୁ ବାଧ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ବିଜେପି ଦଳ ପକ୍ଷରୁ ପ୍ରଶାସନ ତୁରନ୍ତ କ୍ଷତ କ୍ଷତୀର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.