Home ଓଡ଼ିଶା ଯୋଡା : ୪୮ ଘଣ୍ଟାରେ ମରାମତି ହେଲା ରାଜପଥ

ଯୋଡା : ୪୮ ଘଣ୍ଟାରେ ମରାମତି ହେଲା ରାଜପଥ

139

ଯୋଡା, ୨୮ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ଅଞ୍ଚଳରେ କରୋନା ସଂକ୍ରମଣର କରାଳରୁପ ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନକୁ ଲୁହାପଥର ପରିବହନ ଚିନ୍ତା ଘାରିଥିବାରୁ ଦୋକାନ ବଜାର, ସ୍କୁଲ, କଲେଜ, ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ, ଯାତ୍ରୀ ପରିବହନ ବନ୍ଦ ରହିଥିଲେ ମଧ୍ୟ ଲୁହାପଥର ପରିବହନକୁ ଏଥିରୁ ବାଦ ଦିଆଯାଇଛି । ଫଳରେ ବାହାର ରାଜ୍ୟର ଟ୍ରକ ଚଳାଚଳ ଯୋଗୁଁ ଖଣି ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ତେବେ ବଙ୍ଗୋପସାଗରରେ ଉଠିଥିବା ଘୁର୍ଣ୍ଣି ବାତ୍ୟା ୟାଶ୍ର ପ୍ରଭାବରେ ତିନି ଦିନ ଧରି ଲଗାଣ ବର୍ଷା ଫଳରେ ସୁନା ନଦୀରେ ମିସିଥିବା ମୂର୍ଗାନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବିଲେଇପଦା ଠାରେ ପ୍ରାୟ ୨୨ରୁ ଉର୍ଦ୍ଧ୍ୱ ପରିବାର ଜଳ ବନ୍ଦି ହୋଇପଡିଥିବା ଦେଖିବାକୁ ମିଳିଥିଲା । ତୃଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ହୋଇନପାରି ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ଠିକାଦାରଙ୍କୁ ଜାତୀୟ ରାଜପଥ ୫୨୦କୁ ମେସିନ ଲଗାଇ କାଟି ଜଳ ନିଷ୍କାସନ କରିବାକୁ ପଡିଥିଲା । ଏହି କାରଣରୁ ୩ଦିନ ଧରି ଉଭୟ ପାଶ୍ୱର୍ରେ ଶହ ଶହ ଭାରିଯାନ ଅଟକି ରହିଥିବା ବେଳେ ଲୁହାପଥର ପରିବହନ ସମ୍ପୂର୍ଣ୍ଣ ଭାବେ ଭାଧାପ୍ରାପ୍ତ ହୋଇପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିଦେ୍ର୍ଦଶକ୍ରମେ ରାସ୍ତା ନିର୍ମାଣକାରୀ ସଂସ୍ଥା ମଣ୍ଟେକାର୍ଲୋ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ୪୮ ଘଣ୍ଟା ମଧ୍ୟରେ ଅସ୍ଥାୟୀ ଭାବେ ଏହି ରାସ୍ତାକୁ ମରାମତି କରାଯାଇ ଲୁହାପଥର ପରିବହନକୁ ସ୍ୱଭାବିକ କରାଯାଇଛି । ସେହିପରି ବାସୁଦେବପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣଧିନ ନୂତନ ସେତୁରେ ଉଭୟ ପାଶ୍ୱର୍୍ରେ ମାଟି ଅତଡା ଖସୁଥିବାରୁ ଏହାକୁ ଯାତାୟତ ପାଇଁ ବନ୍ଦ କରାଯାଇ ଏକ ମାସରୁ ଉର୍ଦ୍ଧ୍ୱ ହେବ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାାଯଇଥିଲା । ତାହା ମଧ୍ୟ ଏହି ବନ୍ୟା ଜଳରେ ଧୋଇ ହୋଇଯାଇଥିବା ଜଣାପଡିିଛି । ତେବେ ଏହି ଭାରିଯାନ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ନୂତନ ସେତୁ ଉପରେ ଯାତାୟତ କରୁଥିବା ବେଳେ ଯେ କୌଣସି ମୁହୁର୍ତ୍ତରେ କୌଣସି ଅଘଟଣକରୁ ଏଡାଇଦିଆଯାଇନପାରେ । ଜିଲ୍ଲା ପ୍ରଶାସନ ସହିତ ରାସ୍ତା ନିର୍ମାଣ ଠିକାଦାରଙ୍କ ଭିତିରି ସମ୍ପର୍କ ଯୋଗୁଁ ଏହି ନିର୍ମାଣଧିନ ନୂତନ ରାସ୍ତା ଏବେ ଅଧିକାଂଶ ସ୍ଥାନରେ ପିଚୁ ଉଠୁଯିବା ସହ ଧୋଇ ହୋଇଯାଇଥିବା ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.