Home ଓଡ଼ିଶା ଯୋଡା : ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ୨ ମହିଳା ଗିରଫ

ଯୋଡା : ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ୨ ମହିଳା ଗିରଫ

127

ାା ଯୋଡା, ୨୩/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ମଙ୍ଗଳବାର ସନ୍ଧ୍ୟାରେ ବେଆଇନ ବିଦେଶୀ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଯୋଡା ପୁଲିସ ୨ ଜଣ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ମହିଳା ଯୋଡା ହନୁମାନ ହଟିଂର ବୋଲି ଜଣାପଡିଛି । ମଙ୍ଗଳବାର ଚଢୋଉରେ ପୁଲିସ ଏମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୯୨ ବୋତଲ ବିଦେଶୀ ମଦ ଜବତ କରିଥିବା ବେଳେ ରୟାଲଷ୍ଟାଗ, ଅଫିସର୍ସ ଚୟସ, ବ୍ଲୁ ଏମ୍ପରିଅର ଭଳି ନାମୀ ଦାମି କମ୍ପାନୀର ମଦ ରହିଛି । ଯୋଡା ସହର ପାର୍ବଣ ମୁଖର ଥିବା ବେଳେ ଅପରାଧ ରୋକିବା ପାଇଁ ଯୋଡା ଥାନା ପକ୍ଷରୁ ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖାଯାଇଥିବା ବେଳେ ଏହାର ସୁଯୋଗରେ ଏହି ଦୁଇ ମହିଳା ବେଆଇନ ଭାବେ ବିଦେଶୀ ମଦ ରଖି ଚଢା ଦରରେ ବିକ୍ରି କରୁଥିବା ପୁଲିସ ସୂଚନା ପାଇଥିଲା । ଯୋଡା ଥାନା ଏ ସଂକ୍ରାନ୍ତରେ ୨ଟି ପୃଥକ ମାମଲା ଋଜୁ କରି ଅଭିଯୁକ୍ତ ମହିଳାମାନଙ୍କୁ କୋର୍ଟ ଚାଲାଣ କରାଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯୋଡା ଥାନା ପକ୍ଷରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଏଠାରେ ଅନୁଷ୍ଠିତ ହେଉଥିବା ଲକ୍ଷ୍ମୀ ପୂଜା ମେଳାରେ ବିଭିନ୍ନ ଉଠା ପାନ ଦୋକାନ, ହୋଟେଲ, ଗ୍ରୋସରି ଦୋକାନ ସବୁ ସ୍ଥାନରେ ଏହି ମଦ ପର୍ଯ୍ୟାପ୍ତ ପରିମାଣରେ ବିକ୍ରି ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.