Home ଅପରାଧ ଓଏମସି ଷ୍ଟାଫ୍ ବସ ଉପରକୁ ତୀର ମାଡ, ଜଣେ ଗୁରୁତ୍ବର

ଓଏମସି ଷ୍ଟାଫ୍ ବସ ଉପରକୁ ତୀର ମାଡ, ଜଣେ ଗୁରୁତ୍ବର

204

ହରିଚନ୍ଦନପୁର, ତା ୨୩ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ତୀର ମାଡରେ ଜଣେ ଗୁରୁତ୍ବର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ମାଇନ୍ସରେ । ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ ଓଏମସି ମାଇନସରେ କାର୍ଯ୍ଯରତ କର୍ମଚାରୀମାନଙ୍କୁ ନେଇ ବସଟି ଦୈତାରୀ ଠାରୁ – ବଳିପର୍ବତ ଅଭିମୁଖେ ଆସୁଥିବା ସମୟରେ ତାରିଣୀ ଗେଟ୍ ନିକଟରେ ବସ ଉପରକୁ ଅଜଣା ଲୋକଙ୍କ ତୀର ମାଡରେ ଜଣେ ଗୁରୁତ୍ବର ହୋଇଛନ୍ତି । ଆହାତ ବ୍ଯକ୍ତି ଜଣଙ୍କ ଯାଜପୁର ଅଞ୍ଚଳର ଉତ୍ତମ ମହାନ୍ତ ବୋଲି ଜଣାପଡିଛି । ସେ କେସିସି ଠିକା କମ୍ପାନୀରେ କାମ କରୁଛନ୍ତି । ତୀରଟି ସିଧା ଉତ୍ତମ ମହାନ୍ତଙ୍କ ପେଟରେ ବାଜି ପଶି ରହିଥିଲା । ଆହାତଙ୍କୁ ସଙ୍ଗେ ସଙ୍ଗେ କଳିଙ୍ଗନଗରସ୍ଥ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ୪ଘଣ୍ଟା ଅପରେସନ୍ କରାଯାଇ ତୀରଟି ପେଟ ଭିତରୁ ବାହାର କରାଯାଇଛି । ଅନ୍ଯ ପଟେ ଉକ୍ତ ବସ ମଧ୍ଯରେ ଅନେକ ତୀର ଏବେବି ଲାଗିରହିଛି । ତୀରମରାର କାରଣ ଅସ୍ପଷ୍ଠ ଥିବାବେଳେ ଏହା ୟୁନିୟନ ବିବାଦ କିମ୍ବା କିଛି ଦିନ ପୂର୍ବରୁ ହୋଇଥିବା ଜନଶୁଣାଣୀ ନେଇ ଏହିଭଳି କାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । କିଛି ବର୍ଷ ପୂର୍ବରୁ ମଧ୍ଯ୍ଯ ଏହିଭଳି ତୀରମାଡ ଘଟଣା କରାଯାଇଥିବାର ନଜିରି ରହିଛି । ପୋଲିସର ତଦନ୍ତ ପରେ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.