Home ଓଡ଼ିଶା ଯୋଡା : ସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ୍, ୨ ଗିରଫ୍

ଯୋଡା : ସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ୍, ୨ ଗିରଫ୍

125

ାା ଯୋଡା, ୨୩/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମଙ୍ଗଳବାର ଦିନ  ଏକ ୧୨ ଚକିଆ ଟ୍ରକ (ଡବ୍ଲ୍ୟୁ ବି ୨୩ ଡି ୧୦୩୫) ରେ ଚୋରା ସ୍କ୍ରାପ୍ ବୋଝେଇ କରି ଚୋରା ଚାଲାଣ ବେଳେ, ଯୋଡ଼ା ପୋଲିସ ହାତରେ ଧରାପଡ଼ିଛି । ସ୍ରାପ୍ ବୋଝେଇ ଏହି ଟ୍ରକକୁ ଜବତ୍ କରିବା ସହ ମାମଲାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ଯୋଡ଼ା ପୋଲିସ୍ । ଟ୍ରକରେ ପ୍ରାୟ ୧୫ ଟନରୁ ଅଧିକ ଲୁହା ସ୍କ୍ରାପ୍ ବୋଝେଇ ହୋଇଥିବା ଜଣାପଡ଼ିଛି ।  ସୋମବାର କମାରଯୋଡ଼ା ଅଂଚଳରୁ ଚୋରା ସ୍କ୍ରାପ୍ ନେଇ ଟ୍ରକଟି ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଯୋଡ଼ା ପୋଲିସ ନିକଟରେ ଖବର ପହଁଚିଥିଲା । ସୂଚନା ପାଇ ଯୋଡ଼ା ପୋଲିସ ସେଠାକୁ ଯାଇ ଯାଂଚ କରିବା ପରେ ଟ୍ରକକୁ ଜବତ୍ କରିବା ସହ ସଂପୃକ୍ତ ୨ଜଣଙ୍କୁ ଗିରଫ୍ କରିଥିଲା । ଗିରଫ୍ ୨ ବ୍ୟକ୍ତି ହେଲେ, ଦିଗବିଜୟ ସିଂ (୫୦) ଓ ଅମରଜିତ୍ କୁମାର (୨୬) । ଗିରଫ୍ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜବତ୍ ସ୍କ୍ରାପ୍ ମଧ୍ୟରେ ଲୁହା ରଡ୍, ବମ୍ପର୍, ଲୁହା ପ୍ଲେଟ୍ ଓ ଅନ୍ୟାନ୍ୟ ଲୌହ ରଦ୍ଦି ରହିଥିବା ଜଣାପଡିଛ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.