Home ଓଡ଼ିଶା ଯୋଡା : ବନ୍ଧୁକ ମୁନରେ ୫ଲକ୍ଷ ଟଙ୍କା ଲୁଟୁନେଲେ ଦୁର୍ବୁତ୍ତ

ଯୋଡା : ବନ୍ଧୁକ ମୁନରେ ୫ଲକ୍ଷ ଟଙ୍କା ଲୁଟୁନେଲେ ଦୁର୍ବୁତ୍ତ

29

ଯୋଡା, ୨୧ା୫ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶୁକ୍ରବାର ରାତିରେ ଟାଟା କମ୍ପାନୀଙ୍କ ଖଣ୍ଡବନ୍ଧ ଖଣିରେ ପରିବହନ କାର୍ଯ୍ୟ କରୁଥିବା ସାରଦା ଲଜିଷ୍ଟିକର ଜଣେ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଦୁର୍ବୁତ୍ତମାନେ ଲୁଟିନେଇଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି। ୩ଜଣ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ସାରଦା ଲଜିଷ୍ଟିକ୍ ପରିବହନ ଠିକା ସଂସ୍ଥାର ୨ଜଣ କର୍ମଚାରୀ ଅନ୍ୟ ଏକ ବାଇକରେ ଟଙ୍କା ନେଇଯାଉଥିବା ବେଳେ ଏକ ନିଛାଟିଆ ସ୍ଥାନରେ ସେମାନଙ୍କୁ ଏହି ଦୁର୍ବୁତ୍ତମାନେ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଇଥିବା ବ୍ରଜନନ୍ଦନ ଗିରି ବାମେବାରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ମୁତାବକ ସାରଦା ଲଜିଷ୍ଟିକ୍‌ର ଯୋଡା କାର୍ଯ୍ୟଳୟ ଠାରୁ ୫ଲକ୍ଷ ଟଙ୍କା ଧରି ଖଣ୍ଡବନ୍ଧ ଖଣିରେ ପରିବହନରେ ନିୟୋଜିତ ଟ୍ରକର ବକେୟା ପୈଠ କରିବା ପାଇଁ ଯାଉଥିବା ବେଳେ ଏହି ଦୁର୍ବୁତ୍ତମାନେ ଅନ୍ୟ ଏକ ବାଇକରେ ଆସି ବନ୍ଧୁକ ଦେଖାଇ ଏହି ଟଙ୍କା ଲୁଟିନେଇଥିଲେ। ଫଳରେ ବାମେବାରୀ ଥନା କେଶ ନଂ. ୭୭/୨୨ରେ ପୁଲିସ ଏକ ମାମଲା ଋଜୁ କରି ଏହାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.