Home ଓଡ଼ିଶା ଯୋଡା : ୩ ହାତୀଙ୍କ ମୃତ୍ୟୁ ପରେ ଚେତିଲା ବନବିଭାଗ, ଘଟଣା ସ୍ଥଳରେ ନିର୍ମାଣ ହେବ...

ଯୋଡା : ୩ ହାତୀଙ୍କ ମୃତ୍ୟୁ ପରେ ଚେତିଲା ବନବିଭାଗ, ଘଟଣା ସ୍ଥଳରେ ନିର୍ମାଣ ହେବ ସୌରଚାଳିତ ସୁରକ୍ଷା ବାଡ

21

ଯୋଡା, ୨୧ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ତିନୋଟି ହାତୀଙ୍କର ମୃତ୍ୟୁ ପରେ କେନ୍ଦୁଝର ବନବିଭାଗର ଚେତାପଶିଛି। ଏହି ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଜଣାପଡିଛି। ଗୁରୁବାର ରାତି ଏକ ମାଲବାହୀ ରେଳ ବାଂଶପାଣି ବେହେରା ହାଟିଂ ନିକଟରେ ଏକ ୨୨ ଟିକିଆ ହାତୀ ପଲଙ୍କୁ ଧକ୍କା ଦେବା ଫଳରେ ସେଥି ମଧ୍ୟରୁ ଗୋଟିଏ ମାଈ ହାତୀ ସହ ୨ଟି ଶାବକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଚାରି ଆଡେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ କ୍ରମାଗତ ଭାବେ ଠିକ୍ ସେହି ସ୍ଥାନରେ ପୂର୍ବରୁ ୨ଥର ରେଳ ଦୁର୍ଘଟଣା ଘଟି ପର୍ଯ୍ୟାୟକ୍ରମେ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାଟି ସମଗ୍ର ଅଞ୍ଚଳରେ ପରିବେଶବିତମାନଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଥିଲା। ଘଟଣା ସ୍ଥଳରେ ଏହାର ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର ଡିଏଫ୍‌ଓ ଧନରାଜ ହନୁମନ୍ତ, ରାଉରକେଲା ଆର.ସି.ସି.ଏଫ୍‌. ଡଃ ଅରୁଣ କୁମାର ମିଶ୍ର, ଭୁବନେଶ୍ୱର ପି.ସି.ସି.ଏଫ୍ ଶଶି ପଲ୍ ପହଞ୍ଚିଥିଲେ। ଉକ୍ତ ସ୍ଥାନଟି ହସ୍ତି ଚଳ ପ୍ରଚଳ ଅଞ୍ଚଳ ଭାବେ ପୂର୍ବରୁ ଚିହ୍ନଟ କରାଯାଇଥିବା ବେଳେ ଏହି ସ୍ଥାନର ୨ କି.ମି. ପର୍ଯ୍ୟନ୍ତ ରେଳ ଧାରଣାର ଉଭୟ ପାଶ୍ୱର୍ରେ ସୌରଚାଳିତ ତାର ବାଡ ଦେବା ପାଇଁ ସ୍ଥିର କରାଯାଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି କେନ୍ଦୁଝର ଡିଏଫ୍‌ଓ ସୂଚନା ଦେଇଛନ୍ତି। ଦୁର୍ଘଟଣା ପୂର୍ବରୁ ଏହି ହାତୀ ପଲ ଉପରେ ବନବିଭାଗ ନଜର ରଖିଥିବା ବେଳେ ଅପରାହ୍ନ ୪ଟାରୁ ଏ ନେଇ ରେଳ ବିଭାଗକୁ ସତର୍କ କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି। ବନବିଭାଗ ରେଳ ବିଭାଗର ତୃଟି ନେଇ ଡିଆରଏମ୍‌ଙ୍କ ସହ ଆଲୋଚନା ହୋଇଥିବା ପିସିସିଏଫ୍ ସୂଚନା ଦେଇଥିବା ବେଳେ ଏହି ଘଟଣାଟିର ତଦନ୍ତ ଡିଏଫ୍‌ଓ ଏବଂ ଆରସିସିଏଫ୍ ମିଳିତ ଭାବେ କରୁଥିବା ଜଣାପଡିଛି। ଏହି ଦୁର୍ଘଟଣାଟି ପରେ ଚକ୍ରଧରପୁର ରେଳବାଇ ଡିଭିଜନ୍‌ର ଡିଆରଏମ୍ ଓ ଚମ୍ପୁଆ ରେଞ୍ଜର ଉଭୟଙ୍କୁ କାରଣ ଦର୍ଶାଇ ନୋଟିସ୍ ଜାରି କରିଛି କେନ୍ଦୁଝର ବନବିଭାଗ। ଆଗାମୀ ଦିନରେ କିପରି ଏହି ଘଟଣାରି ପୁନରାବୃତ୍ତି ନହେବ ଖୁବ୍ ଶୀଘ୍ର ବନବିଭାଗ, ରେଳ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ ସମ୍ମନ୍ୱୟ ବୈଠକ ବସିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.