Home କେନ୍ଦୁଝର ଯୋଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମପକ୍ଷ ଅବସରରେ ରକ୍ତଦାନ ଶିବିର

ଯୋଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମପକ୍ଷ ଅବସରରେ ରକ୍ତଦାନ ଶିବିର

23

ଯୋଡା, ୨୨ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମପକ୍ଷ ଅବସରରେ ଯୋଡା ଠାରେ ବିଜେପି ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଗୁରୁବାର ଯୋଡାସ୍ଥିତ ଟାଟା ଷ୍ଟିଲ ଅଡିଟୋରିଅମ୍‌ରେ ଆୟୋଜିତ ଏହି ରକ୍ତଦାନ ଶିବିରଟି ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଚାଲୁଥିବା ଦେଖିବାକୁ ମିଳିଥିଲା। ଏହି ଶିବିରଟିରେ ଦଳିୟ କର୍ମକର୍ତ୍ତା ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଚମ୍ପୁଆ ବିଧାନସଭା ନେତା ମୁରଲି ମନୋହର ଶର୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଥିଲା। ଶିବିରଟିରେ ଯୋଡା ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଜିଲା ଉପସଭାପତି ଓ ଚମ୍ପୁଆ ବିଧାନସଭା ସଂଯୋଜକ ଦେବିପ୍ରସାଦ ମିଶ୍ର, ଓବିସି ମୋର୍ଚ୍ଚା ସଂଯୋଜକ ଚର୍ଚିଲ ମହାକୁଡ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରକାଶ ମଲ୍ଲିକ, ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ କର, ୨୮ନଂ ଜୋନ ଜିଲା ପରିଷଦ ଡମ୍ବରୁଧର କୁଦାଦାଃ, ଆଦିବାସୀ ମୋର୍ଚ୍ଚା ଜିଲା ଉପସଭାପତି ପୁରୁଷୋତ୍ତମ ଗାଗରାଇ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ର ସେଖର ମହାନ୍ତ, ପାର୍ଥ ସାରଥି ଷଡଙ୍ଗି, ମହାବୀର ଶର୍ମା, ଯୋଡା ନଗରର ସମସ୍ତ ବିଜେପି କାଉନସିଲର, ଫୁଲମଣୀ ଟୁଡୁ, ଅମିତା ଭୌମିକ, ସାହିଲ ପରିଡା, ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିବିରଟିକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.