Home ଓଡ଼ିଶା ଯୋଡା – ନିଶା ସିକ୍ୟୁରିଟିରେ ୨ଭାଇଙ୍କ ଗୁଣ୍ଡା ରାଜ, ଲୁହା ଛଡ ମାଡରେ କର୍ମଚାରୀଙ୍କ ହାତ...

ଯୋଡା – ନିଶା ସିକ୍ୟୁରିଟିରେ ୨ଭାଇଙ୍କ ଗୁଣ୍ଡା ରାଜ, ଲୁହା ଛଡ ମାଡରେ କର୍ମଚାରୀଙ୍କ ହାତ ଭାଙ୍ଗିଲା, ମୁଣ୍ଡ ଫାଟିଲା

223

ଯୋଡା, ୨୨/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳ ମଧ୍ୟରେ ଅବସ୍ଥିତ ଯୋଡା ୱେଷ୍ଟ, ଯୋଡା ଇଷ୍ଟ ଓ ଫେରୋ ପ୍ଲାଣ୍ଟ ୩ଟି ସ୍ଥାନରେ ଟାଟା କମ୍ପାନୀ ଅଧିନରେ ବମ୍ବେର ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଏକାଡେମୀ (ନିଶା) ନାମକ ଏକ ସିକ୍ୟୁରିଟି ସଂସ୍ଥା ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଖଣି ଓ କାରଖାନାରେ ସୁରକ୍ଷା କର୍ମଚାରୀ ଠିକାରେ ଯୋଗାଇଆସିଛି । ଏହି ସଂସ୍ଥା ଅଧିନରେ ପ୍ରାୟ ୬ଶହ ରୁ ଉର୍ଦ୍ଧ୍ୱ ସ୍ଥାନିୟ ଉଚ୍ଚ ଶିକ୍ଷିତ ବେକାର ଯୁବକ କୌଣସି କାମଧନ୍ଦା ନ ପାଇଁ ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ତେବେ ଏହି ସଂସ୍ଥାରେ ରଞ୍ଜନ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଆଞ୍ଚଳିକ ପରିଚାଳକ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କର ଜଣେ ଭାଇ ନିରଞ୍ଜନ ବେହେରା କମ୍ପାନୀର ଅଗ୍ନିସମ ବିଭାଗରେ ମୁଖ୍ୟ ଭାବେ କାର୍ଯ୍ୟ କରିଥାନ୍ତି । ଏହି ସଂସ୍ଥାଟି ୨ ଭାଇଙ୍କ କବ୍ଚାରେ ସମ୍ପୂର୍ଣ୍ଣ ଭାବେ ଥିବା ବେଳେ ଛୋଟ ଛୋଟ କଥାରେ କାର୍ଯ୍ୟରତ ଯୁବକମାନେ ସେମାନଙ୍କର ଆକ୍ରମଣର ଶୀକାର ହୋଇଥାନ୍ତି । ସେମାନଙ୍କର ଗୁଣ୍ଡା ରାଜ ଏବେ ଚରମସୀମାରେ ପହଞ୍ଚିଛି । ଗତ ଶୁକ୍ରବାର ଦିନ ଏହି ଦୁଇ ଭାଇଙ୍କ ଆକ୍ରମଣରେ ପ୍ରଭୁପଦ ଜେନା ନାମକ ଜଣେ ଯୁବକକୁ ଲୁହା ଛଡରେ ପିଟିବା ଫଳରେ ତାର ହାତ ଭାଙ୍ଗିଯାଇଥିବା ଏବଂ ଅନ୍ୟ ଜଣେ ପ୍ରକାଶ ନାଏକ ନାମକ ଯୁବକଙ୍କ କାନ ମୁଣ୍ଡା ଫାଟି ଯାଇଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ପରେ ରଞ୍ଜନ ବେହେରା ଯାଜପୁରସ୍ଥିତ ନିଜ ଗାଁ କୁ ପଳାଇଯାଇଥିବା ବେଳେ ତାଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ ଏହି ଘଟଣାଟିକୁ ଅସ୍ୱୀକାର କରିଛନ୍ତି । ବାରମ୍ବାର କର୍ମଚାରୀମାନଙ୍କ ଉପରେ ଏହିପରି ଆକ୍ରମଣ ହୋଇଥିଲେ ମଧ୍ୟ କାର୍ଯ୍ୟରୁ ବାହାର କରିଦେବା ଭୟରେ କେହି ମୁହଁ ଖୋଲିବାକୁ ସାହାସ ଜୁଟାଇପାରିନାହାନ୍ତି । ଏହି ସଂସ୍ଥାର ମାଲିକ ବମ୍ବେରେ ରହୁଥିବା ବେଳେ ଏଥିରେ ନିୟୋଜିତ କର୍ମଚାରୀମାନଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି । ଏହି ଲକ୍ ଡାଉନ ସମୟରେ ବାହାରେ କୌଣସି ସ୍ଥାନରେ କାମ ମିଳୁନଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ଏହି ମାଧ୍ୟମକୁ କେହି ହାତ ଛଡା କରିବାକୁ ନଚାହିଁ ନିର୍ଯ୍ୟାତନାର ଶୀକାର ହେଉଥିବା ଜଣାପଡିଛି । ଘର ଦ୍ୱାର ଛାଡି ମେସ କରି ରହୁଥିବା ସୁରକ୍ଷା କର୍ମିମାନଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ମୁତାବକ ଏହି ମହାମାରୀ କୋଭିଡ ସମୟରେ କାହାରିକୁ ଛଟେଇ ନକରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହି ସଂସ୍ଥା କୌଣସି ପ୍ରାଥମିକ ସୂଚନା ନଦେଇ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରିଥିବା ଜଣାପଡିଛି । କୌଣସି କର୍ମଚାରୀଙ୍କର କାର୍ଯ୍ୟକାଳ ୫ ବର୍ଷ ପୁରିଲେ ମିଳୁଥିବା ଗ୍ରାଚ୍ୟୁଟିକୁ ହଡପ କରିବା ପାଇଁ ଏହି ସଂସ୍ଥା ଏବେ ୫ ବର୍ଷ କାର୍ଯ୍ୟକାଳ ପୂରିବା ପୂର୍ବରୁ ଟାଟା କମ୍ପାନୀଙ୍କ ଠିକା କାର୍ଯ୍ୟରୁ ଅବ୍ୟାହତି ନେବା ପାଇଁ ଯୋଜନା କରିଛି । ଫଳରେ ଏହି କର୍ମଚାରୀମାନେ ଗ୍ରାଚ୍ୟୁଟି ବାବଦକୁ ପାଇବାକୁ ଥିବା ପ୍ରାୟ ୨ କୋଟି ଟଙ୍କା ହରାଇବେ ବୋଲି ଜଣାପଡିଛି । ଟାଟା କମ୍ପାନୀ ସର୍ବଦା ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇ ଆସିଥିବା ବେଳେ ଏହି ଘଟଣାରେ ହସ୍ତକ୍ଷେପ କରି ସଂସ୍ଥାର ପରିଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ସହ ସୁରକ୍ଷା କର୍ମିମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.