Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ ଗୋଲକ ରାୟଙ୍କ ବିୟୋଗରେ ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ଶୋକସଭା

ଆଇନ୍‌ଜୀବୀ ଗୋଲକ ରାୟଙ୍କ ବିୟୋଗରେ ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ଶୋକସଭା

19

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପରିସରରେ ବରିଷ୍ଠ ଆଇନ୍‌ଜୀବୀ ଗୋଲକ ପ୍ରସାଦ ରାୟଙ୍କ ବିୟୋଗରେ ଶୋଭସଭା ପାଳିତ ହୋଇଯାଇଛି । ଆଇନ୍ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ବେହେରାଙ୍କ ପୌରୋହିତ୍ୟରେ ଏହି ଶୋକସଭାର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ସ୍ୱର୍ଗତଃ ରାୟଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିବାବେଳେ ସ୍ୱର୍ଗତ ରାୟ ଆଇନ୍ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ଆଇନ୍ ପରାମର୍ଶଦାତା ଥିଲେ । ସେ ୧୯୬୨ ମସିହାରୁ ଆଇନ୍ ବ୍ୟବସାୟ ଆରମ୍ଭ କରି ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ, ନିଖିଳ ଉତ୍କଳ ଅଧିବକ୍ତା ସଂଘର ଦୁଇଥର ସଭାପତି, ଭଦ୍ରକ ଓକିଲ ସଂଘର ଦୁଇଥର ସଭାପତି ଓ ସାଧାରଣ ସଂପାଦକ, ବରପଦା ଇଂଜିନିୟରିଂ ସ୍କୁଲ ଓ ଟେକ୍ନୋଲୋଜିର ସଭାପତି, ଭଦ୍ରକ କଲେଜ ପରିଚାଳନା ସମିତିର ସଦସ୍ୟ ତଥା ଅନ୍ୟାନ୍ୟ ବହୁ ପଦପଦବୀରେ ଅଧିଷ୍ଠିତ ଥିଲେ । ତାଙ୍କ ବିୟୋଗରେ ଭଦ୍ରକ ଜଣେ ବିଶିଷ୍ଟ ବ୍ୟକ୍ତି ତଥା ସମାଜସେବୀ ଓ ଆଦର୍ଶ ବ୍ୟକ୍ତିଙ୍କୁ ହରାଇଲା । ଏହି ଶୋକସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତଃ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ପରେ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସ୍ୱର୍ଗତଃ ରାୟଙ୍କ ବାସଭବନକୁ ଯାଇ ସେଠାରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.