Home ଜିଲ୍ଲା ପରିକ୍ରମା ଗୋରୁ କଣ୍ଟେନର ଅଟକ ଓ ରାସ୍ତାରୋକ ଘଟଣା, ୫୦ ବିକ୍ଷୋଭକାରୀଙ୍କ ନାମରେ ମାମଲା

ଗୋରୁ କଣ୍ଟେନର ଅଟକ ଓ ରାସ୍ତାରୋକ ଘଟଣା, ୫୦ ବିକ୍ଷୋଭକାରୀଙ୍କ ନାମରେ ମାମଲା

108

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ ଭାବେ ଗୋରୁ ଓ ଷଣ୍ଢ ଚାଲାଣକୁ ବିରୋଧ କରି ଡାକ ପାର୍ସଲ ଲେଖାଥିବା ଏକ କଣ୍ଟେନରକୁ ଅଟକାଇବା ଓ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରାଜଘାଟ ଛକରେ ରାସ୍ତା ଅବରୋଧ କରିବା ଘଟଣାରେ ସହରାଞ୍ଚଳ ପୁଲିସ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ସହରାଞ୍ଚଳ ଥାନାର ସବ୍‌ଇନ୍ସପ୍ଟେର ଦୀପ୍ତିରେଖା ସ୍ୱାଇଁ ଏତଲା ମୂଳେ ପୁଲିସ ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ ବହୁ ସଂଗୀନ ଦଫା ଲଗାଇଛି । ଦେବାଂଶୁ ରାଉତ, ସରୋଜ ରାଉତ, ମାନସ ମହାନ୍ତି, ସ୍ୱାଧିନ ସୁନ୍ଦର ଦାସ, କାହ୍ନୁ ସାହୁ, ହେମନ୍ତ ବୈଶାଖ, ଦେବାଶିଶ ଗ୍ରହାଚାର୍ଯ୍ୟଙ୍କ ସମେତ ବହୁ ଯୁବକଙ୍କ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି । ତେବେ ପୁଲିସର ଏପରି କାର୍ଯ୍ୟକୁ ବଜରଙ୍ଗ ଦଳ ଓ ଗୋ ସୁରକ୍ଷା ସମିତି ପକ୍ଷରୁ ନାପସନ୍ଦ କରାଯାଇଛି । ଭଦ୍ରକ ଜିଲ୍ଲାରେ େ;ବଆଇନ ଭାବେ ଗୋ ଚାଲାଣ ଦୀର୍ଘ ବର୍ଷ ଧରି ଚାଲିଛି । କେତେକ ଥାନାର କର୍ମଚାରୀ ଏହି ବେଆଇନ କାରବାର ପଛରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଅଛନ୍ତି । ଗତ ୨ବର୍ଷ ମଧ୍ୟରେ ଜିଲ୍ଲାରେ ପୁଲିସ ବେଆଇନ ଚାଲାଣକାରୀଙ୍କ ବିରୋଧରେ ସେପରି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାର୍ହି । ଫଳରେ ଲୋକଙ୍କ ମଧ୍ୟରେ ପୁଲିସ ଉଦାସୀନତାକୁ ନେଇ ଆକ୍ରୋଶ ବଢ଼ିବାରେ ଲାଗିଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ୨ବର୍ଷ ପୂର୍ବେ ଅସୁରାଳୀ ବଜାର ଓ ବନ୍ତ ଠାରେ । ଏହି ଦୁଇ ସ୍ଥାନରେ ବେଆଇନ ଚାଲାଣ ହେଉଥିବା କେତେକ ଗୋରୁ ଗାଡ଼ିକୁ ପୋଡ଼ି ଦିଆଯାଇଥିଲା । ପୁଲିସ ଯଦି ଏହି ବେଆଇନ କାରବାର ଉପରେ ରୋକ ଲାଗାଇ ପାରନ୍ତା, ତେବେ ଏପରି ପରିସ୍ଥିତି ଉପୁଜନ୍ତା ନାହିଁ ବୋଲି ଏହି ଦୁଇ ସଂଗଠନ ପକ୍ଷରୁ କୁହାଯାଇଛି । ପୁଲିସ ପ୍ରଥମେ ବେଆଇନ ଗୋ-ଚାଲାଣ ବନ୍ଦ କରୁ । ଗୋ-ମାତାର ସୁରକ୍ଷା ପାଇଁ ଆମେ ପୁଲିସ କେସ ଖାଇବାକୁ ପ୍ରସ୍ତୁତ ।

ତେଣୁ ପୁଲିସ ବେଆଇନ ଗୋ-ଚାଲାଣ ରୋକିବାକୁ ଯତ୍ନବାନ ହେବା ଆବଶ୍ୟକ ବୋଲି ଉଭୟ ସଂଗଠନ ପକ୍ଷରୁ କୁହାଯାଇଛି । ଅନୁରୂପ ଡାକ ପାର୍ସଲ ଲେଖାଥାଇ ଗୋରୁ ଚାଲାଣ ହେଉଥିବା ସମସ୍ତ କଣ୍ଟେନର ସମ୍ପର୍କରେ ମଧ୍ୟ ପୁଲିସ ତଦନ୍ତ କରିବାକୁ ଉଭୟ ସଂଗଠନ ପକ୍ଷରୁ ଦାବି ହୋଇଛି । ସୂଚନାଯୋଗ୍ୟ ସେମବାର ରାତିରେ ଡାକ ପାର୍ସଲ ଲେଖାଥିବା ଏକ କଣ୍ଟେନରରେ ୯ଟି ଷଣ୍ଢ ଓ ୩ଟି ଗାଈଙ୍କୁ ନେଇ ଏକ କଣ୍ଟେନର ଯିବା ସମୟରେ, ବଜରଙ୍ଗ ଦଳ ଓ ଗୋ-ସୁରକ୍ଷା ସମିତିର କେତେକ କାର୍ଯ୍ୟକର୍ତ୍ତା ଏହାକୁ ଦକ୍ଷୀଣକାଳୀ ମନ୍ଦିର ନିକଟରେ ଅଟକ ରଖିଥିଲେ । ପୁରୁଣାବଜାର ପୁଲିସ ଏହି କଣ୍ଟୋନରକୁ ଜବତ୍ କରାଯାଇଛି ଓ ଜବତ୍ ଗୋରୁଙ୍କୁ ମଇତାପୁର ଗୋଶାଳାକୁ ନିଆଯାଉଛି ବୋଲି ସଫେଇ ଦେଇଥିଲା । କିନ୍ତୁ ପୁଲିସ ଏହି କଣ୍ଟେନରକୁ ଜିଲ୍ଲା ପାର କରାଉଥିବାର ଅଭିଯୋଗ କରି ଉଭୟ ସଂଗଠନ ପକ୍ଷରୁ ଏହାକୁ ଅଟକ ରଖିବା ସହ ରାଜଘାଟ ଛକରେ ଦୀର୍ଘ ୨ଘଣ୍ଟା ଧରି ରାସ୍ତାକୁ ଅବରୋଧ କରାଯାଇଥିଲା । ଶେଷରେ ଜିଲ୍ଲା ଆରକ୍ଷୀଅଧିକ୍ଷକ ଚରଣ ସିଂ ମୀନା ସେଠାରେ ପହଞ୍ଚି ଆଲୋଚନାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ସେହି ଅନୁଯାୟୀ ମଙ୍ଗଳବାର ଏସପିଙ୍କ କାର୍ଯ୍ୟାଳୟରେ ଉଭୟ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ଏସପି ଶ୍ରୀ ମୀନା ସିଧାସଳଖ ଆଲୋଚନା କରିବା ସହ ବେଆଇନ ଗୋ-ଚାଲାଣକୁ ରୋକିବାକୁ ପୁଲିସ ଉଦ୍ରମ କରିବ ଓ ଏôତ ନିମତ୍ତ ଏକ ସ୍ୱତନ୍ତ୍ର ଟିମ ଗଠିତ ହେବ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ମାମଲା ରୁଜ୍ଜୁର ଖବର ଜାଣିବା ପରେ ଉଭୟ ସଂଗଠନ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.