Home ଓଡ଼ିଶା ଯୋଡା : ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ

ଯୋଡା : ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ‘ବିଶ୍ୱ ପରିବେଶ ଦିବସ’ ପାଳିତ

93

ଯୋଡା, ୦୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟାଷ୍ଟିଲ ପକ୍ଷରୁ ମିଳିତ ଜାତିସଂଘ ଦ୍ୱାରା ପରିବେଶର ପୁନଃ ସଂସ୍ଥାପନକୁ ଚଳିତ ବର୍ଷର ବିଷୟବସ୍ତୁ ଭାବେ ଘୋଷଣା କରାଯିବାକୁ ଦୃଷ୍ଟିରେ ରଖି ଯୋଡ଼ାଠାରେ ଶନିବାର ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନର କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମାଜିକ ସମାବେଶକୁ ଏଡାଇବା ପାଇଁ ଯୋଡ଼ା ପୂର୍ବ ଲୌହ ଖଣି, ଖଣ୍ଡବନ୍ଧ ଲୌହ ଖଣି, ଯୋଡ଼ାଫେରୋ ଆଲୟେଜ କାରଖାନା ଓ ବିଚ୍ଚାକୁଣ୍ଡି ମାଙ୍ଗାନିଜ ମାଇନ୍ସ ଠାରେ ଆଜିର ଦିନରେ ପ୍ରତିକାତ୍ମକ ବୃକ୍ଷ ରୋପଣ ଅଭିଯାନର ଆୟୋଜନ କରାଯାଇଥିଲା । ଏହି ଅବସରରେ, କମ୍ପାନୀର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ୬୦୦ ଚାରା ରୋପଣ କରାଯାଇଥିଲା । ଏହା ବ୍ୟତୀତ ଖଣ୍ଡବନ୍ଧର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ପୁନଃ ସଂସ୍ଥାପନ ଉପରେ ଏକ ପ୍ରଚାର ପତ୍ର ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ୩୨୦ଟି ଚାରା ରୋପଣ ସହିତ ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମ ଯଥା, ଆଜାଦ ବସ୍ତି, ବଚୁହଟିଂ, ଉଲିହଟିଂ, ବିଚ୍ଚାକୁଣ୍ଡି, ଜୋରିବାର, ଖଣ୍ଡବନ୍ଧ ଓ ଗୁରୁଡ଼ା ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯୁବ ବର୍ଗଙ୍କ ମଧ୍ୟରେ ଦୀର୍ଘ ସ୍ଥାୟିତ୍ୱର ପ୍ରସାର ଲକ୍ଷ୍ୟରେ ଟାଟାଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଖଣ୍ଡବନ୍ଧ ଗ୍ରାମର ୨୫ ଜଣ ଯୁବକ ଯୁବତୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଟାଟାଷ୍ଟିଲ ପକ୍ଷରୁ ଜୁନ୍ ମାସକୁ ‘ଦୀର୍ଘ ସ୍ଥାୟିତ୍ୱ ମାସ’ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ମାସ ଏଭଳି କାର୍ଯ୍ୟକ୍ରମ ଜାରି ରହିବ । କମ୍ପାନୀ ପକ୍ଷରୁ ବିଭିନ୍ନ ପଦକ୍ଷେପର ଶୁଭାରମ୍ଭ, ସଚେତନତା ଅଭିଯାନ ସହିତ ଦୀର୍ଘ ସ୍ଥାୟିତ୍ୱ ମାସରେ ‘ଆସନ୍ତାକାଲି ପାଇଁ ଆଜିର ପୁନରୁଦ୍ଧାର’ ନାମକ ଏକକ ବାର୍ତ୍ତାକୁ ନେଇ ୱେବିନାର ଓ ଅନ୍‌ଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଆୟୋଜନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.