Home ଓଡ଼ିଶା ଖବର କାଗଜ ବିକାଳୀ ଆବାସ ଯୋଜନା ରୁ ବଂଚିତ, ମିଲିବ କେବେ ?

ଖବର କାଗଜ ବିକାଳୀ ଆବାସ ଯୋଜନା ରୁ ବଂଚିତ, ମିଲିବ କେବେ ?

73

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ସରକାର ବଡ ଜୋର୍ ରେ ଡିଡିମ୍ବ ପିଟୁଛନ୍ତି ୨୦୨୨ ମସିହା ଭିତରେ କାହାକୁ ମାଟି କାନ୍ଥ କଚା ଘରେ ରହିବାକୁ ଦିଆଯିବ ନାହିଁ । କିନ୍ତୁ ବାସ୍ତବ ଚିତ୍ର ଅଲଗା । କିନ୍ତୁ ଫନି ବାତ୍ୟା ଠାରୁ ମାଟି କାନ୍ଥ ମାଟି ଟାଇଲ୍ ଘର ଭାଙ୍ଗି ଯାଇଥିଲେ ମଧ୍ୟ ଏବେ ବ ଅନ୍ୟ ଘରେ ମୁଣ୍ଡ ଗୁଞି ରହିଛନ୍ତି ଜଣେ ଖବର କାଗଜ ବିକାଳୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଲୋଧଚୁଆ ଗ୍ରାମ ପଂଚାୟତ ସାରଙ୍ଗଧର ପୁର ଗ୍ରାମରେ  । ସାରଙ୍ଗଧର ପୁର ଗ୍ରାମ ର ଖବର କାଗଜ ବିକୁଥିବା ଅଶୋକ କୁମାର ମହାପାତ୍ର ଙ୍କ ନିକଟରେ ଏଭଳି ଘଟଣା  ା  ସକାଳୁ ସକାଳୁ ଶିକ୍ଷିତ ଗ୍ରାମ ସାରଙ୍ଗଧର ପୁର ବ୍ରାହ୍ମଣ ଶାସନରେ ଡାକ ଶୁଭେ ମୁନା ଭାଇନା ଖବର କାଗଜ ଦିଅ । ମୁନା ଭାଇନା ୩୦ ଖଣ୍ଡ ଧରି ପାଦରେ ଚାଲି ଚାଲି ଖବର କାଗଜ କୁ ଗାଁ ସାରା ବାଣ୍ଟିଥାନ୍ତି । କାରଣ ସେ ସାଇକେଲ୍ ଚଲାଇବା ଶିଖି ନାହାନ୍ତି ।

ଖବର କାଗଜ କୁ ହାତରେ ଧରି କୋଇଲମା ଛକଠାରୁ ସାରଙ୍ଗଧର ପୁର ଦେଇ ଲୋଧାଚୁଆ ଛକ ପର୍ଯ୍ୟନ୍ତ ଖବର କାଗଜ ବାଣ୍ଟିଥାନ୍ତି । ସରକାରୀ ସାହାର୍ଯ୍ୟ କହିଲେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ରେ ମାସକୁ ମିଳେ ୧୫ କିଲୋ ଗହମ ତା ସହିତ ୩୦ ଖଣ୍ଡ ରୁ ମିଳୁଥିବା ଲାଭ । ଏହାକୁ ନେଇ ଅଶୋକ କୁମାର ମହାପାତ୍ର ଓ ତାଙ୍କ ସ୍ତ୍ରୀ ମୈାସୁମୀ ମହାପାତ୍ର ଓ ଗୋଟିଏ ସାନ ଝିଅ । ଫନି ବାତ୍ୟାରେ ଘର ଭାଙ୍ଗି ଯିବା ପରେ ପଡିଶା ଘର ଭାଇ ଘରେ ରହି ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । ବାସଗୃହ ଖଣ୍ଡିଏ ପାଇଁ ପଂଚାୟତ ଠାରୁ ରଣପୁର ବ୍ଲକ୍ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଦଉଡି ଦଉଡି ହତାଶ । ୧୫ କିଲୋ ଗହମ ତା ସହିତ ୩୦ ଖଣ୍ଡ ରୁ ମିଳୁଥିବା ୫୪ ଟଙ୍କା ଲାଭ ରେ ଘର ଚଳାଇବା ପେଟପୋଷିବା ଅସମ୍ଭବ ହୋଇପଡେ । ତେଣୁ ବିବାହିତ ବଡ ଝିଅ ସମୟେ ସମୟେ କିଛି ଆର୍ଥିକ ସାହାର୍ଯ୍ୟ କରିଥାଏ । ଖବରକାଗଜ ବିକାଳୀ ମୁନା ଭାଇ ଙ୍କ ଆବାସ ଯୋଜନା ସଂପର୍କେ ଲୋଧଚୁଆ ଗ୍ରାମ ପଂଚାୟତ ସରପଂଚ ଜୟନ୍ତ କୁମାର ନାୟକଙ୍କୁ ସହ ଯୋଗାଯୋଗ କରିବାରେ କୁହନ୍ତି ସେ ଜଣେ ପ୍ରକୃତ ହିତାଧିକାରୀ । ତାଙ୍କର ପରିବାର କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ରେ ସାମିଲ୍ କରାଯାଇଅଛି । ଆବାସ ଯୋଜନା ହୋଇଥିବା ପୂର୍ବ ସର୍ବେକ୍ଷଣରେ ତାଙ୍କ ନାଁ ନାହିିଁ । ଯେ କୈାଣସି ଉପାୟରେ ଏହି ଖବର କାଗଜ ବିକ୍ରେତାଙ୍କ ନାମ ଆବାସ ଯୋଜନାରେ ରଖାଯାଇ ଆବାସ ଖଣ୍ଡିଏ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.