Home ଓଡ଼ିଶା ଯୋଡା : ଜେଏସପିଏଲ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଯୋଡା : ଜେଏସପିଏଲ ରେ ବିଶ୍ୱ ପରିବେଶ ଦିବସ ପାଳିତ

86

ଯୋଡା, ୦୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ବଡ଼ବିଲ ପେଲେଟ ପ୍ଲାଣ୍ଟ ପରିସରରେ ବିଶ୍ୱ ପରିବେଶ ଦିବସ ଶନିବାର ପାଳିତ ହୋଇ ଯାଇଛି I ଏହି ଉତ୍ସବରେ ଏକଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I  କୋଭିଡ ନିୟମ ଅବଲମ୍ବନ କରି ଏବଂ ଶାରୀରିକ ଦୂରତା ରକ୍ଷା କରି, ପ୍ଲାଣ୍ଟ ର ପ୍ରାୟ 100 ଜଣ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟ ତଥା ପିଲାମାନେ ପ୍ଲାଣ୍ଟ ପରିସରରେ ଏବଂ ବାସସ୍ଥାନ କ୍ଷେତ୍ରରେ ଚାରା ରୋପଣ କରିଥିଲେ I  ଏ ବର୍ଷର ବିଷୟବସ୍ତୁ “ପର୍ଯ୍ୟାବରଣ ପୁନରୁଦ୍ଧାର” ଉପରେ ଗୁରୁତ୍ୱ ଦେଇ, ପିଲାମାନେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେବା ସହ ପରିବେଶ ପ୍ରତି ସେମାନଙ୍କର କର୍ତବ୍ୟ ନିଷ୍ଠତା କୁ ଦର୍ଶାଇ ଥିଲେ I ପ୍ଲାଣ୍ଟ ର ମୁଖ୍ୟ ବ୍ରିଜ ବଦହଦରା, ଅନ୍ୟ କର୍ମଚାରୀ ମାନଙ୍କ ସହ ମିଶି ଫଳ ତଥା ଅନ୍ୟାନ୍ୟ କିସମ ର ଚାରା ରୋପଣ କରିଥିଲେ I ଏହି ପରିପ୍ରେକ୍ଷୀରେ ଉଦବୋଧନ ଦେଇ ସେ କହିଲେ,”ଆମେ ସମସ୍ତେ ଆମର ପ୍ରଚେଷ୍ଟା ଦ୍ୱାରା ପରିବେଶ କୁ ସୁରକ୍ଷା କରିବା ସହ, ପର୍ଯାବରଣକୁ ବର୍ତମାନ ଏବଂ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ସାଇତି ରଖିବା ଦରକାର I ପରିବେଶ ସୁରକ୍ଷା ପାଇଁ ଆମେ ଜେଏସପିଏଲ ରେ ବିଶ୍ୱ ସ୍ତରୀୟ କୌଶଳ ଆପଣେଇଛୁ ଯାହାଦ୍ୱାରା ଏକ ସୁନ୍ଦର ପର୍ଯାବରଣ ସୃଷ୍ଟି ପାଇଁ ମଧ୍ୟ ଆମର ଯୋଗଦାନ ରହିଛି I” ଏହି ପରିପ୍ରେକ୍ଷୀରେ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ ପ୍ରାୟ 20 ଜଣ ଛାତ୍ରଛାତ୍ରୀ ଙ୍କୁ କୃତି ଘୋଷଣା କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ପିଲାମାନେ ପରିବେଶ ପ୍ରତି ସୁରକ୍ଷା ର ଶପଥ ପାଠ କରିଥିଲେ I ଏହି ଅବସରରେ ଅନ୍ୟ ମାନଙ୍କ ବ୍ୟତୀତ କମର୍ସିଆଲ ମୁଖ୍ୟ ସୁଶୀଲ ଅଗ୍ରୱାଲ; ଫାଇନାନ୍ସ ମୁଖ୍ୟ ଆର ଡି  ଶର୍ମା; ଅପରେସନ ମୁଖ୍ୟ ଏମ ଡ଼ି ପୁରୁଷୋତ୍ତମ ଏବଂ ମାନବ ସମ୍ବଳ ମୁଖ୍ୟ ଶରତ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.