Home କେନ୍ଦୁଝର ଯୋଡା : ଟାଟା ଡିଏଭି ସ୍କୁଲ ଛାତ୍ରଙ୍କ ଚିତ୍ରକଳାରେ କୃତୀତ୍ୱ

ଯୋଡା : ଟାଟା ଡିଏଭି ସ୍କୁଲ ଛାତ୍ରଙ୍କ ଚିତ୍ରକଳାରେ କୃତୀତ୍ୱ

49

ଯୋଡା, ୨୩ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଟାଟା ଡିଏଭି ସ୍କୁଲରେ ସାଇ ଓମ୍ ପ୍ରକାଶ ରାଉତ ନାମକ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ମହାରାଷ୍ଟ୍ର ଠାରେ ଅନୁଷ୍ଠିତ ଜାତୀୟ ସ୍ଥରୀୟ ଇଣ୍ଡିଆନ ଟ୍ୟାଲେଣ୍ଟ ଅଫ୍ ଆର୍ଟ ଅଲମପିଆଡ ପ୍ରତିଯୋଗୀତାରେ ରାଜ୍ୟ ସ୍ଥରରେ ସ୍ୱର୍ଣ୍ଣ ପଦକ ଏବଂ ନଗଦ ରାଶି ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଦୀର୍ଘ ୭ ବର୍ଷ ହେଲା ଡିଏଭି ସ୍କୁଲର କଳା ଶିକ୍ଷକ ସୁଧିର କୁମାର ସ୍ୱାଇଁଙ୍କ ଠାରୁ ଚିତ୍ରକଳା ଶିକ୍ଷା ଲାଭ କରିଆସୁଛନ୍ତି। ସାଇ ଓମ୍ ପ୍ରକାଶ ରାଉତ ଯୋଡା ଠାରେ ଅନୁଷ୍ଠିତ ଯୋଡା ମହୋତ୍ସବରେ ଉତ୍କୃଷ୍ଠ ଚିତ୍ରକଳା ପ୍ରଦର୍ଶନ କରି ଭୂୟଶ୍ରୀ ପ୍ରସଂଶାର ଯୋଗ୍ୟ ହୋଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନୀତ କରାଯାଇଛି। ସେହିପରି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଲଳିତକଳା ଆକାଡେମି ପକ୍ଷରୁ ଉତ୍କୃଷ୍ଠ ଚିତ୍ରକଳା ପାଇଁ ମଧ୍ୟ ସେ ସମ୍ମାନୀତ ହୋଇଛନ୍ତି। ବିଲେପଦା ଠାରେ ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀରେ ସେ ପ୍ରଥମ ସ୍ଥାନ ଅଧିକାର କରି ପ୍ରଶଂସାର ପାତ୍ର ହୋଇଥିଲେ। କରୋନା କଟକଣା ସମୟରେ ଗୁଜୁରାଟସ୍ଥିତ ଆର୍ଟ ଡମ ଠାରେ ଆୟୋଜିତ ଅନଲାଇନ ଚିତ୍ରକଳା ପ୍ରତିଯୋଗିତାରେ ସେ ଜାତୀୟ ସ୍ଥରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଟାଟା ଡିଏଭି ସ୍କୁଲ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପରିପେକ୍ଷିରେ ତାଙ୍କୁ ଡିଏଭି ସ୍କୁଲର ଅଧ୍ୟକ୍ଷ ବି ସାଇ ଶିବା ଏବଂ କଳା ଶିକ୍ଷକ ସୁଧିର କୁମାର ସ୍ୱାଇଁଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ସମ୍ବର୍ଦ୍ଧିତ କରାଯାଇଛି। ସାଇ ଓମ୍ ପ୍ରକାଶ, ପିତା ଡଃ ପ୍ରୀୟବ୍ରତ ରାଉତ ଏବଂ ମାତା ଶିକ୍ଷୟତ୍ରୀ ଅର୍ଚ୍ଚନା ସାମଲଙ୍କ ଏକମାତ୍ର ସୁଯୋଗ୍ୟ ସନ୍ତାନ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.