Home ଓଡ଼ିଶା ଯୋଡା-ଜେ.ଏସ.ଡବ୍ଲୁ ଷ୍ଟିଲ ପକ୍ଷରୁ ଯୁବ ଫୁଟବଲ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଚୟନ କାର୍ଯ୍ୟଶାଳା ଅନୁଷ୍ଠିତ 

ଯୋଡା-ଜେ.ଏସ.ଡବ୍ଲୁ ଷ୍ଟିଲ ପକ୍ଷରୁ ଯୁବ ଫୁଟବଲ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଚୟନ କାର୍ଯ୍ୟଶାଳା ଅନୁଷ୍ଠିତ 

56
ଯୋଡା,୧୫ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜେ.ଏସ.ଡବ୍ଲୁ ଷ୍ଟିଲ ପକ୍ଷରୁ ଜଜାଙ୍ଗ ଖଣି ଅଞ୍ଚଳର  ଯୁବ ଫୁଟବଲ ଖେଳାଳିଙ୍କ ପରବର୍ତ୍ତୀ ପର୍ଯ୍ୟାୟ ପ୍ରଶିକ୍ଷଣ ପାଇଁ ଚୟନ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି I ମାର୍ଚ୍ଚ ୧୨ ତାରିଖରେ ଜାତୀୟ ସ୍ତରୀୟ ଫୁଟବଲ ପ୍ରଶିକ୍ଷକ ବୀରେନ୍ଦ୍ର କୁମାର ମହନ୍ତ ଓ କୃଷ୍ଣ ଚନ୍ଦ୍ର ମହନ୍ତ ଏବଂ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ସୁଶ୍ରୀ ସୁକୁମାରୀ ଲାଗୁରୀଙ୍କ ଉପସ୍ଥିତିରେ ୧୫୦ ଜଣ ପ୍ରତିଭାଗୀଙ୍କ ମଧ୍ୟରୁ ୨୫ ଜଣ ବାଳକ ଏବଂ ୨୫ ଜଣ ବାଳିକା ଖେଳାଳିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି I ଏହି ଅବସରରେ ଜେ.ଏସ.ଡବ୍ଲୁ ଷ୍ଟିଲର ସହଭାଗିତାରେ ବି.ଡି.ୱାଇ.ଏ.ଏମ. କ୍ଲବ ତରଫରୁ ଜଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁଆବେଡା ଗ୍ରାମରେ ମାର୍ଚ୍ଚ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ ତିନିଦିନିଆ ଆନ୍ତଃ-ରାଜ୍ୟ ନକ-ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା I ଏଥିରେ ଓଡିଶା, ଛତିଶଗଡ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ୩୨ଟି ଦଳ ଭାଗନେଇଥିଲେ I ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ଶିରୀଷପାଲର ସାଇ ଫୁଟବଲ କ୍ଲବ, ଟୋଟାସାହିର ସଙ୍ଗୀତା ଫୁଟବଲ କ୍ଳବ କୁ ୨-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା I  ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ଜେ.ଏସ.ଡବ୍ଲୁ ଷ୍ଟିଲ, ଓଡିଶା ( ଖଣି)ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ରାକେଶ ମିଶ୍ର ସମସ୍ତ ପ୍ରତିଭାଗୀ ତଥା ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ କହିଥିଲେ ଯେ କମ୍ପାନୀ ସର୍ବଦା ଅଞ୍ଚଳର ବିକାଶ ନେଇ ପ୍ରତିଶୃତିବଦ୍ଧ ରହିଛି I ଏ ଦିଗରେ ଅଞ୍ଚଳବାସୀଙ୍କ ଉନ୍ନତି ଦିଗରେ ବିଭିନ୍ନ ଜନହିତକର ପଦକ୍ଷେପ ନେବା ସହିତ ବିଶେଷ କରି ଖେଳ ତଥା ଖେଳାଳିଙ୍କ ଉନ୍ନତି ନେଇ ଆହୁରି ଅନେକ ପଦକ୍ଷେପ  ନେବା ପାଇଁ ଯୋଜନା ରଖିଛି I ଏହି ଅବସରରେ ଜଜାଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରତ୍ନମଣି ନାଏକ, ବନ୍ଧୁଆବେଡା ୱାର୍ଡ ମେମ୍ବର ଗୋବିନ୍ଦ ମାଝୀ, କ୍ଲବ ସଭାପତି ନରେନ୍ଦ୍ର ହାଁସଦା, ସୁଷମା ହାଁସଦା, ଜେ.ଏସ.ଡବ୍ଲୁ ଷ୍ଟିଲର ସାମାଜିକ ଦାୟିତ୍ୱବୋଧ ବିଭାଗୀୟ ଅଧିକାରୀ ବିଶାଳ ରାଜ ଏବଂ ରିଲିନା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.