Home କୋରାପୁଟ ପୁସିଂ ବ୍ରିଜ ପାଇଁ ଗ୍ରାମବାସୀଙ୍କ ସହ ଏକାଠି ହେଲେ କଂଗ୍ରେସ ଓ ବିଜେଡି

ପୁସିଂ ବ୍ରିଜ ପାଇଁ ଗ୍ରାମବାସୀଙ୍କ ସହ ଏକାଠି ହେଲେ କଂଗ୍ରେସ ଓ ବିଜେଡି

27

କୋରାପୁଟ ୧୫-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ବ୍ଲକ ଅନ୍ତର୍ଗତ ମୁସୁରିଆଗୁଡା ନିକଟ ରେଳ ଲାଇନରେ ଏକ  ପୁସିଂ ବ୍ରିଜ ଦାବି କରି ୬ଖଣ୍ଡ ଗ୍ରାମର ଲୋକମାନଙ୍କ ସହ କଂଗ୍ରେସ ଓ ବିଜେଡି ନେତାମାନେ ଏକାଠି ହୋଇ  କୋରାପୁଟରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳ,ଏସପି ,କୋରାପୁଟ ବିଧାୟକ ଓ ଡିଆରଏମଙ୍କୁ ଦାବିପତ୍ର ଦେଇଛନ୍ତି ।କୋରାପୁଟ-ରାଣିଗଡ ରାସ୍ତାର ମୁସୁରିଆଗୁଡା ଛକରୁ ଲେଳ ଲାଇନ ପାରି ହୋଇ ମୁସୁୁରିଆଗୁଡା,ନାରିଆଗୁଡା,ମେଣ୍ଢାଗୁଡା,ଲାଟିଗୁଡା,ଛଡପଦର ଓ ଜର୍ଟି ଗ୍ରାମବାସୀ ନିଜ ନିଜ ଗାଁକୁ ଯିବା ଆସିବା କରି ଆସୁଥିଲେ । ଉପରୋକ୍ତ ଗ୍ରାମବାସୀ ଶହ ଶହ  ବର୍ଷ ପୂର୍ବରୁ ସେଠାରେ ବସବାସ କରି ଆସୁଛନ୍ତି,କୋତାବାଲସା-କେରଣ୍ଡୁଲ ରେଳ ଲାଇନ ୬୦ ଦଶକରେ ନିର୍ମାଣ ହେବା ପରେ  ଗ୍ରାମବାସୀମାନେ ରେଳ ଧାରଣା ଦେଇ ଅତି ବିପଦ ଜନକ ସ୍ଥିତିରେ ଯାତାୟତ କରନ୍ତି ।ସବୁ ଗାଁ  ଗୁଡିକ ଜିଲ୍ଲା ସଦର ମହକୁମା କୋରାପୁଟ ଠାରୁ ମାତ୍ର  ୫-୭ କିଲୋମିଟର ଦୂରରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ସେମାନେ କୋରାପୁଟ ସହର ଉପରେ ନିର୍ଭର କରି ଥାଆନ୍ତି । ଲୋକଙ୍କ ଜୀବନ ଜୀବିକା ଠାରୁ ଆରମ୍ଭ କରି ପିଲା ମାନଙ୍କ ପାଠ ପଢା ଓ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ଲୋକେ କୋରାପୁଟ ସହର ଉପରେ ନିର୍ଭର କରନ୍ତି ।କିନ୍ତୁ ଗତ ୧୦ ତାରିଖରୁ କୌଣସି  କାରଣ ବଶତଃ ରେଳବାଇ କର୍ତୂପକ୍ଷ ବିନା ପୂର୍ବ ସୂଚନାରେ ଗ୍ରାମବାସୀ ଯାତାୟତ କରୁଥିବା ରେଳ ଲାଇନ ନିକଟରେ ବେରିକେଡ କରିବା ସହ ଉଭୟ ପାଖେ ନାଳ ଖୋଳି ରାସ୍ତା ବନ୍ଦ କରି ଦେଇଛନ୍ତି । ଫଳରେ ୬ଖଣ୍ଡ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।  ସେହି ସ୍ଥାନରେ ପୁସିଂ ବ୍ରିଜ ସ୍ଥାପନା ନିମନ୍ତେ ଗ୍ରାମବାସୀମାନେ ପୂର୍ବରୁ  ବହୁଥର ଜିଲ୍ଲା ପ୍ରଶାସନ ଓ ରେଳବାଇ ବିଭାଗକୁ ଗୁହାରୀ କରିଛନ୍ତି ହେଲେ କେହି ଲୋକଙ୍କ କଥା ଶୁଣି ନାହାନ୍ତି । ରେଳବାଇ କର୍ତୂପକ୍ଷ ଅଚାନକ ରାସ୍ତା ବନ୍ଦ କରିବାରୁ ଗ୍ରାମବାସୀ ଏବେ ଏକ ପ୍ରକାର  ବାହ୍ୟ ଜଗତରୁ ବିଚ୍ଛିନ୍ନ  ହୋଇ ପଡିଥିବା କହିଛନ୍ତି । ତେଣୁ  ରେଳ ବିଭାଗ  ପୁସିଂ ବ୍ରୀଜ କରିବା ଯାଏ  ପୂର୍ବ ରାସ୍ତା ଖୋଲା ରଖିବା ଓ ସମସ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଯଥାଶିଘ୍ର ପୁସିଂ ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । କୋରାପୁଟ ବିଧାୟକ ରଘୁରାମ ପଡାଲ ,ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି,ବିଜେଡି ବ୍ଲକ ସଭାପତି ସଂଜିବ ମହାନ୍ତି, ପୂର୍ବତନ ବିଧାୟକ ନିମାଇଁ ସରକାର, କଂଗ୍ରେସର ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ,କଂଗ୍ରେସର ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ,ପିସିସି ସଦସ୍ୟ ଜଗଦିଶ ଖୋସ୍ଲା,ବ୍ଲକ କଂଗ୍ରେସ ସଭାପତି ରମେଶ ବାଙ୍କିଆ, ସାଂସଦ ପ୍ରତିନିଧି ବାବୁଲା ବେନ୍ୟା,କଂଗ୍ରେସ ନେତା ଗୋପିନାଥ ପଲେଇ,ପୂର୍ବତନ କୋରାପୁଟ ପୈାରଧ୍ୟକ୍ଷ ଭଗବାନ ବାହିନୀପତି,ମନୋଜ ଆଚାର୍ଯ୍ୟ ,ସରପଂଚ ସୁନାମଣି ଜାନି ,ମାଳିଗୁଡା ଓାର୍ଡ ମେମ୍ବର ସମ୍ଭାରୀ ପଳେଇ ,ନାରି।।ଗୁଡା ଓାର୍ଡ ମେମ୍ବର ପରଦେଶୀ ଟାକ୍ରୀ ପ୍ରମୁଖ  ଶତାଧିକ ମହିଳା ପୁରୁଷ ଓ ଛାତ୍ରଛାତ୍ରୀଙ୍କ ଗହଣରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସରେ ପହଂଚି  ରେଳବାଇ ବିଭାଗର ମନମୁଖୀ କାର୍ଯ୍ୟକୁ ନିନ୍ଦା କରିଥିଲେ  ।  କେନ୍ଦ୍ର ସରକାର ତୁରନ୍ତ ମୁସୁରିଆଗୁଡାଠାରେ ଏକ ପୁସିଂ ବ୍ରିଜ ନିର୍ମାଣ କରିବାକୁ ବିଧାୟକ ଶ୍ରୀ ପଡାଲ ଦାବି କରିଛନ୍ତି ।କୋରାପୁଟ ବାଇପାସ ରୋଡ ନିର୍ମାଣ କରିବା ନିମନ୍ତେ ରେଳବାଇ ବିଭାଗ ବାଧା ଦେଉଥିବା କାରଣରୁ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ସେ ଦାବି କରିଥିଲେ ।ଏହି ନିଷ୍ପତି ୭ ଦିନ ମଧ୍ୟରେ  ରେଳବାଇ ବିଭାଗ ନ ନେଲେ ପ୍ରଭାବୀତ ଗ୍ରାମବାସୀ  ଜେର୍ଟି  ଠାରେ ରେଳ ଲାଇନ ଉପରେ ଧାରଣା ଦେବାସ ହ ଆନ୍ଦୋଳନ କରିବେ  ବୋଲି  ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.