Home ଓଡ଼ିଶା ଯୋଡା-ଜେଏସପିଏଲ ଫାଉଣ୍ଡେସନ ପ୍ରୋତ୍ସାହିତ ବବୁଲୁ ମୁଣ୍ଡା ଙ୍କୁ ଜାତୀୟ ଉଷୁ ରେ ସ୍ୱର୍ଣ୍ଣ

ଯୋଡା-ଜେଏସପିଏଲ ଫାଉଣ୍ଡେସନ ପ୍ରୋତ୍ସାହିତ ବବୁଲୁ ମୁଣ୍ଡା ଙ୍କୁ ଜାତୀୟ ଉଷୁ ରେ ସ୍ୱର୍ଣ୍ଣ

16

ଯୋଡା,୧୫ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ ( ଜେଏସପିଏଲ) ର ସାମାଜିକ ଶାଖାଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ସିଆଲିଯୋଡ଼ା ଗ୍ରାମର ବବୁଲୁମୁଣ୍ଡା 19 ତମ ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିପୁଣିଥରେ ଓଡିଶା ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଏହି ପ୍ରତିଯୋଗିତା ହରିୟାଣା ର ଫତେହାବାଦ ଠାରେ 10 ରୁ 15 ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I 48 କେଜି ବର୍ଗ ଏହି ଚିତ୍ତାକର୍ଷକ ପ୍ରତିଯୋଗିତାରେ ବବଲୁ ମଣିପୁର ପ୍ରତିଯୋଗୀ ଲାଇଶରାମ ଙ୍କୁ ପରାସ୍ତ କରି ଏହି ପଦକ ହାସଲ କରିଥିଲେ ଫାଇନାଲ ମ୍ୟାଚ ରେ ପହଂଚିବା ପାଇଁ ସେ କର୍ଣ୍ଣାଟକଝାରଖଣ୍ଡଦିଲ୍ଲୀ ଏବଂ ହରିୟାଣା ର ପ୍ରତିଯୋଗୀଙ୍କୁ କଡା ମୁକାବିଲାରେ ପରାସ୍ତ କରିଥିଲେ କୋଚ ପଙ୍କଜ ମହନ୍ତଙ୍କ ନେତୃତ୍ୱ ରେ ଏହି ପାଞ୍ଚ ଜଣିଆ ଦଳରେ ବବଲୁଙ୍କ ବ୍ୟତୀତ ରାଜେଶମୁଣ୍ଡାକ୍ରିଷ୍ଣା ଖଣ୍ଡାୟତସଞ୍ଜିବ ନାୟକ ଏବଂ ଶିବଦତ୍ତ ମହାକୁଡ଼ ଓଡିଶାରୁ ପ୍ରତିନିଦ୍ଧିତ୍ୱକରିଥିଲେ ବବଲୁଙ୍କର ଏହି ପ୍ରଦର୍ଶନ ପାଇଁ ଜେଏସପିଏଲ ଫାଉଣ୍ଡେସନ ର ଅଧ୍ୟକ୍ଷ୍ୟା ଶାଲୁ ଜିନ୍ଦଲ ତାଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ବବୁଲୁ ମୁଣ୍ଡା 19 ତମ ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏହା ଆହୁରି ଖୁସିର ବିଷୟ ଯେ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରାପ୍ରୋତ୍ସାହିତ ହୋଇ ଏହି ପ୍ରତିଭା ମାନେ ଜାତୀୟ ସ୍ତରରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରୁଛନ୍ତି ଅତୀତରେ ବବଲୁ ଏବଂ ତାଙ୍କ ଭଳି ଖେଳାଳି ମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ଲାଭ କରିଛନ୍ତି ମୁଁ ଆଶାବାଦୀ ଯେ ଭବିଷ୍ୟତରେ ଏହି ଆଦିବାସି ଅଧ୍ୟୁଷିତ ଅଂଚଳରୁ ଅନେକ ଏଭଳି ପ୍ରତିଭା ରାଜ୍ୟ ତଥା ଦେଶ ପାଇଁ ଗୌରବଆଣିବେ I “ବବଲୁଙ୍କର ପ୍ରଶିକ୍ଷକ ପଙ୍କଜ ମହନ୍ତଓଡିଶା ଉଷୁ ଏସୋସିଏସନ ଏବଂ କେନ୍ଦୁଝର ଉଷୁ ଏସୋସିଏସନ ତାଙ୍କର ଏହି ପଦକ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବରୁ 2018 ମସିହାରେ ବବୁଲୁ ବ୍ରୁନେଇ ରେ ଅନୁଷ୍ଠିତ ସପ୍ତମ ଅନ୍ତର୍ଜାତୀୟ ଉଷୁପ୍ରତିଯୋଗିତାରେ ରୌପ୍ୟ ଏବଂ 2019 ରେ ବ୍ରାଜିଲ ରେ ଅନୁଷ୍ଠିତ ଦଶମ ଏସିଆନ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ ଏପର୍ଯ୍ୟନ୍ତ ବବୁଲୁ ସମୁଦାୟ 25 ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ଉଷୁ ପ୍ରତିଯୋଗିତାରେ22 ଟି ପଦକ ହାସଲ କରିସାରିଛନ୍ତି ଯୁବଗୋଷ୍ଠୀ ଏବଂ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ଏହି ଅଂଚଳରେ ଗ୍ରାମ୍ୟ କ୍ରୀଡା ପ୍ରତିଭା ମାନଙ୍କୁ ସୁପୋଷଣ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ତଥା ଖେଳ ସମ୍ବନ୍ଧୀୟ ସମସ୍ତ ପ୍ରକାର ସାହାଯ୍ୟ କରିଆସୁଛି I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.