Home ଓଡ଼ିଶା ଯୋଡା : ଜେଏସପିଏଲ ରେ ଓପି ଜିନ୍ଦଲ ଙ୍କ ପୁଣ୍ୟତିଥି ପାଳିତ

ଯୋଡା : ଜେଏସପିଏଲ ରେ ଓପି ଜିନ୍ଦଲ ଙ୍କ ପୁଣ୍ୟତିଥି ପାଳିତ

37

ଯୋଡା,୩୧ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) – ଜିନ୍ଦଲ ଗ୍ରୁପ ର ପ୍ରତିଷ୍ଠାତା ଓମ ପ୍ରକାଶ ଜିନ୍ଦଲ ଙ୍କର ୧୬ତମ ତିରୋଧାନ ଦିବସ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପିଏଲ) ପେଲେଟ ପ୍ଲାଣ୍ଟ ପରିସରରେ ବୁଧବାର ପାଳିତ ହୋଇଯାଇଛି ଓ ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ କୋଭିଡ ନିୟମ କୁ କଡାକଡି ଭାବେ ମାନି ବିଭିନ୍ନ କାର‌୍ୟ୍ୟକ୍ରମ ର ଆୟୋଜନ କରାଯାଇଥିଲା ଓ ସକାଳେ ସୋୟାବାଲି ସ୍ଥିତ ଶିବ ମନ୍ଦିରରେ ଜିନ୍ଦଲ ଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା ଓ ଏଥିରେ ପ୍ଲାଣ୍ଟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ଏହାପରେ ପ୍ଲାଣ୍ଟ ପରିସରରେ ଜିନ୍ଦଲ ଙ୍କ ଫଟୋ ରେ ପୁଷ୍ପଗୁଚ୍ଛ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଏହି ଅବସରରେ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ବ୍ରିଜ ବଦହଦରା କହିଲେ, “ଭାରତର ଶିଳ୍ପ ଜଗତରେ ତାଙ୍କ ସମୟରେ ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ପାଇଁ ଜିନ୍ଦଲ ସବୁଦିନ ଚିର ନମସ୍ୟ ହୋଇ ରହିବେ ଓ ସମୟ ବଦଳି ଯାଇଥିଲେ ମଧ୍ୟ ଆମେ ଯଦି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବ୍ୟବସାୟ କରିବା, ତେବେ ଅନୁଷ୍ଠାନ ତଥା ଦେଶ ର ଉନ୍ନତି ହେବଓ ସହ ପରିପାର୍ଶ୍ୱକ ଉନ୍ନତି ମଧ୍ୟ ସମ୍ଭବ ଜ୍ଝ”  ମହାନ ଦୂରଦ୍ରଷ୍ଠା ତଥା ‘ମ୍ୟାନ ଅଫ ଷ୍ଟିଲ’ ଭାବରେ ପରିଚିତ ଜିନ୍ଦଲ ଙ୍କ ଆତ୍ମା ର ସଦଗତି ନିମନ୍ତେ ଅଖଣ୍ଡ ଗୀତା ପାଠ ତଥା ଯଜ୍ଞ ର ମଧ୍ୟ ଆୟୋଜନ କରାଯାଇଥିଲା ଓ ଜିନ୍ଦଲ, ବ୍ୟବସାୟ ସହ ପରୋପକାର ଏବଂ ସମାଜ ସେବା ରେ ବିଶେଷ ରୁଚି ରଖୁଥିବାରୁ, ସିଏସଆର ବିଭାଗ ତରଫରୁ କେନ୍ଦୁଝର ଠାରେ ଥିବା ‘ଆଦୃତ’ ଅନାଥାଶ୍ରମ ରେ ପିଲା ମାନଙ୍କୁ ସ୍କୁଲ ବ୍ୟାଗ ଏବଂ ଖାଦ୍ୟ ବଣ୍ଟାଯାଇଥିଲା ଓ  ଏଥିରେ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଓ ଏହି ଅବସରରେ ଅନ୍ୟ ମାନଙ୍କ ସହ ବଡ଼ବିଲ ପ୍ଲାଣ୍ଟ ର ସୁଶୀଲ କୁମାର ଅଗ୍ରୱାଲ, ଶରତ କିଶୋର ପଣ୍ଡା, ଦୀପକ ଦାସ, ପୁରୁଷୋତ୍ତମ, ଶଶାଙ୍କ ଶେଖର ପଟ୍ଟନାୟକ, ସୁନିଲ ପଟ୍ଟନାୟକ ଏବଂ ସୂର‌୍ୟ୍ୟକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଓ ଭୁବନେଶ୍ୱର ଅଫିସ ରେ କର୍ମଚାରୀ ମାନେ ଜିନ୍ଦଲ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ଗ୍ରୁପ ହେଡ଼ ପ୍ରଶାନ୍ତ କୁମାର ହୋତା ଏବଂ ହରବିନ୍ଦର ସିଂ କହିଲେ ଯେ ‘ମେକ ଇନ ଇଣ୍ଡିଆ’ ଏବଂ ‘ଆତ୍ମ ନିର୍ଭର ଭାରତ’ ର ମୂଳଦୁଆ ଜିନ୍ଦଲ ଙ୍କ ଭାରତ ପ୍ରତି ଶିଳ୍ପ କ୍ଷେତ୍ରକୁ ଅବଦାନରୁ ହିଁ ସ୍ପଷ୍ଟ ବାରି ହୁଏ ଓ ଏହି ଅବସରରେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଦୁଃଖୀଜନ ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଖାଦ୍ୟ ବଣ୍ଟନ କରାଯାଇଥିଲା ଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.