Home କୋରାପୁଟ ୮୬ତମ  ପୋଲିସ ପ୍ରତିଷ୍ଠା ଦିବସ ପାଳିତ

୮୬ତମ  ପୋଲିସ ପ୍ରତିଷ୍ଠା ଦିବସ ପାଳିତ

34

କୋରାପୁଟ ୦୧-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ପୋଲିସ ପ୍ୟାରେଡ ପଡିଆଠାରେ ରାଜ୍ୟ ପୋଲିସର ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପୋଲିସ ,ଓଏସଏପି ୩ୟ ବାଟାଲିୟନ,ପ୍ରଥମ  ଓ ସପ୍ତମ ଭାରତୀୟ ରିଜର୍ଭ ବାଟାଲିୟନର ମିଳିତ ଆନୁକୂଲ୍ୟରେ କୋରାପୁଟ ଏସପି ବରୁଣ ଗୁଣ୍ଢୁପାଲ୍ଲିଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ସମାରୋହରେ  ଦକ୍ଷିଣ-ପଶ୍ଚିମାଂଚଳ ରେଞ ଡିଆଇଜି  ରାଜେଶ  ଉତମ ରାଓ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ  ରାଜ୍ୟାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ । ମାଓ ପ୍ରବଣ କୋରାପୁଟ ଜିଲ୍ଲାରେ ନକ୍ସଲ  ମୁକାବିଲା ଏବଂ ବିକାଶ ମୂଳକ କାର୍ଯ୍ୟର  ତ୍ୱରାନିତ ଦିଗରେ ପୋଲିସର ଭୂମିକାକୁ  ପ୍ରଶଂସା କରିଥିଲେ ।   ଆଇନଶୃଂଖଳା ନିୟନ୍ତ୍ରଣ ଓ ଚୋରା ଗଂଜେଇ  ରୋକିବାରେ ଉଲେଖନୀୟ  କାର୍ଯ୍ୟ ସମ୍ପାଦନା ନିମନ୍ତେ ମଧ୍ୟ ମୁଖ୍ୟ ଅତିଥି  ପୋଲିସର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଜନସାଧାରଣଙ୍କ ପ୍ରତି ପୋଲିସ ଉତମ ବ୍ୟବହାର ପ୍ରଦର୍ଶନ କଲେ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।  ମହାମାରୀ କରୋନା ସମୟରେ ପୋଲିସ କର୍ମଚାରୀ ଦିନରାତି ଏକ କରି ଲୋକଙ୍କ ପାଇଁ କାର୍ଯ୍ୟ କରିଥିବାବେଳେ ଅନେକ କର୍ମଚାରୀ ସହୀଦ ହୋଇଥିବା ମୁଖ୍ୟ ଅତିଥି କହିଥିଲେ । କୋରାପୁଟ ଜିଲ୍ଲା ପୋଲିସର ୮,ଓଏସଏପି ୩ୟ ବାଟ୍ଟାଲିୟନର ୪,ପ୍ରଥମ ଆଇଆରବିର ୬ ଜଣ ପ୍ଲାଜମା ଦାନ କରିଥିବା କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ସେହିପରି ଉତମ ସେବା ନିମନ୍ତେ ଜିଲା ପୋଲିସର ଜୟପୁର ସଦର ଥାନା ସବ-ଇନସପେକ୍ଟର ଶଙ୍କର ପଣ୍ଡା,ବୈପାରିଗୁଡା ଥାନାର ଏଏସଆଇ ସନ୍ତୋଷ କୁମାର ପାତ୍ର,ହାବିଲଦାର ଜିତେନ୍ଦ୍ର ଦାଶ,କନେଷ୍ଟବଲ ସୂର୍ଯ୍ୟ ନାରାୟଣ ବେହେରା,ସତୀଶ କୁମାର ଓ ରିବିକା କୁମାରୀ ହିଆଲଙ୍କ ସମେତ ୩ୟ ବାଟ୍ଟାଲିୟନର ୪,ପ୍ରଥମ ଆଇଆରବିର ୪ ଏବଂ ସପ୍ତମ ଆଇଆରବିର ୪ଜଣକୁ ଆର୍ଥିକ ପୁରଷ୍କାର ପ୍‌ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ,ଡିଏଫଓ ରିଙ୍କୁ କୁମାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଅତିରିକ୍ତ ଏସପି ଉତ୍କଳ ରଂଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଦିଲ୍ଲୀପ କୁମାର ପାଢୀ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.