Home ଓଡ଼ିଶା ଯୋଡ଼ା : ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଚାଷୀମାନଙ୍କ ପାଇଁ ପରିଦର୍ଶନ ଯାତ୍ରା

ଯୋଡ଼ା : ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଚାଷୀମାନଙ୍କ ପାଇଁ ପରିଦର୍ଶନ ଯାତ୍ରା

48

ଯୋଡା,୩୧ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) – ଟାଟା ଷ୍ଟିଲର ସାମାଜିକ ଉତ୍ତରଦାୟିିତ୍ୱ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ଦିନ କେନ୍ଦୁଝରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ସ୍ଥାନୀୟ ଚାଷୀମାନଙ୍କ ପାଇଁ ଚାଷର ବିଭିନ୍ନ ଦିଗ ଉପରେ ଏକ ଦିନିକିଆ ପରିଦର୍ଶନ ଯାତ୍ରା ତଥା ପ୍ରଶିକ୍ଷଣ ଅଧିବେସନର ଆୟୋଜନ କରାଯାଇଛି ।ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବାଂଶପାଣି, ଖଣ୍ଡବନ୍ଧ ଓ ଜଳହରିର ୪୦ ଜଣ ଚାଷୀ କେନ୍ଦୁଝରର କୃଷି ବିଜ୍ଞାନ କେନ୍ଦ୍ରରେ କୁକୁଡ଼ା ପାଳନ, ବତକ ପାଳନ, ମହୁମାଛି ଚାଷ, ଛତୁ ଚାଷ, ପନିପରିବା ଓ ଫଳ ଚାଷ ଉପରେ ଆୟୋଜିତ ଏହି ଦିନିକିଆ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ । ଏହି ପରିଦର୍ଶନ ଯାତ୍ରାରେ କେନ୍ଦୁଝର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସୁକାନ୍ତ କୁମାର ପାତ୍ର ଏବଂ ଫାର୍ମ ପ୍ରବନ୍ଧକ ସୁଶ୍ରୀ ଅମ୍ରିତା ମହାପାତ୍ର ଚାଷର ମୌଳିକ ଜ୍ଞାନ, ଚାଷ ଆରମ୍ଭ କରିବା ଉପାୟ ଓ ଜଳର ସୁପରିଚାଳନା ଭଳି ଚାଷ ସମ୍ପର୍କିତ ବିିଭିନ୍ନ ଦିଗ ଉପରେ ଅଂଶଗ୍ରହଣକାରୀ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାସହିତ ବିଶେଷଜ୍ଞମାନେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଉତ୍ପାଦର ବଜାର ସଂଯୋଗୀକରଣ ଉପରେ ଚାଷୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ହାସଲ କରିଥିବା ବିଭିନ୍ନ ଚାଷ ପ୍ରଣାଳୀକୁ ଆରମ୍ଭ କରିବାରେ ଚାଷୀମାନଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଏହି ପରିଦର୍ଶନ ଯାତ୍ରା ଓ ପ୍ରଶିକ୍ଷଣ ଅଧିବେସନର ଆୟୋଜନ କରାଯାଇଥିଲା । ସେମାନଙ୍କ ଗ୍ରାମରେ ଚାଷ ରୋଜଗାରର ଏକ ଭଲ ସମ୍ଭାବନା ସୃଷ୍ଟି କରୁଥିବାରୁ ବିଭିନ୍ନ ପ୍ରକାର ଚାଷ ପ୍ରଣାଳୀକୁ ନେଇ ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ବିଚ୍ଚାକୁଣ୍ଡି, କୁନ୍ଦୁରୁପାଣି ଓ ଭୂଇାଁରଇଡ଼ାର ୩୫ ଜଣ ଚାଷୀଙ୍କୁ ନେଇ କେନ୍ଦୁଝରର କୃଷି ବିଜ୍ଞାନ କେନ୍ଦ୍ରରେ ସମାନ ପ୍ରକାର ଦିନିକିଆ ପରିଦର୍ଶନ ଯାତ୍ରା ତଥା ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରଶିକ୍ଷଣ ଓ ପରିଦର୍ଶନ ଯାତ୍ରା ପରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ପ୍ରତ୍ୟେକ୍ଷ ନିରୀକ୍ଷଣରେ ଚାଷୀମାନେ ନିଜ ନିଜ ଗ୍ରାମରେ ଉପରୋକ୍ତ ଚାଷ ପ୍ରଣାଳୀକୁ ଆପଣେଇବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.