Home ଓଡ଼ିଶା ଯୋଡା : ଗୁପଚୁପ ଠେଲା ଉପରକୁ ଚଢିଗଲା ଟ୍ରକ, ୨ନାବାଳକ ମୃତ, ଘଟଣା ସ୍ଥଳରେ ଉତ୍ତେଜନା

ଯୋଡା : ଗୁପଚୁପ ଠେଲା ଉପରକୁ ଚଢିଗଲା ଟ୍ରକ, ୨ନାବାଳକ ମୃତ, ଘଟଣା ସ୍ଥଳରେ ଉତ୍ତେଜନା

68

ଯୋଡା, ୨୩ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରି ଥାନା ଅନ୍ତର୍ଗତ କାଳିମାଟ ଛକ ଠାରେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରୁ ଲୁହାପଥର ଗୁଣ୍ଡ ବୋଝେଇ କରି ନୟାଗଡ ରେଳ ସାଇଡିଂକୁ ଆସୁଥିବା ଏକ ଟ୍ରକ ନଂ. ଓଆର୦୯ଏଚ୍‌-୬୦୭୩ ଭାରସାମ୍ୟ ହରାଇ ଏକ ଗୁପଚୁପ ଠେଲା ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ଗୁପଚୁପ ଦୋକାନରେ କାମ କରୁଥିବା ଜଣେ ନାବାଳକ ଏବଂ ଗୁପଚୁପ ଖାଉଥିବା ଜଣେ ନାବାଳକ ଗ୍ରାହକ ଲକ୍ଷ୍ମଣ ଭଗତ ନାଏକ ଓ କିସ୍ମତ ମୁଣ୍ଡାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ରାସ୍ତାର ଦୂରାବସ୍ଥା ସାଙ୍ଗକୁ ଅବ୍ୟବସ୍ଥିତ ଢଙ୍ଗରେ ଖଣିଜ ପରିବହନ ଓ ବେପରୁଆ ଟ୍ରକ ଚାଳନା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ସ୍ଥାନୀୟ ଲୋକେ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିଥିବା ବେଳେ ଘଟଣା ସ୍ଥଳରେ ବାମେବାରୀ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.