Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ମଧ୍ୟରେ ଗାଡି ପାର୍କିଂକୁ ନେଇ ଗେଟ୍ ଆଗରେ ୨ ଘଣ୍ଟା ଧାରଣା

ଧାମରା ବନ୍ଦର ମଧ୍ୟରେ ଗାଡି ପାର୍କିଂକୁ ନେଇ ଗେଟ୍ ଆଗରେ ୨ ଘଣ୍ଟା ଧାରଣା

41

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବନ୍ଦର ମଧ୍ୟରେ ଗାଡି ପାର୍କିଂକୁ ନେଇ ବନ୍ଦର ନିରାପତ୍ତା କର୍ମଚାରୀ ଏବଂ ଠିକାଦାର ମୁହାଁମୁହିଁ ହୋଇଥିବା ବେଳେ ଦୋସିଙ୍ଗା ବାସିନ୍ଦା ଧାମରା ବନ୍ଦର ଆଗରେ ଧାରଣା ଦେଇଥିଲେ ।ଖବରରୁ ପ୍ରକାଶ ଆଜି ସକାଳ ୧୧ଟା ସମୟରେ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ଜଣେ ସ୍ଥାନୀୟ ଠିକାଦାର ନିଜର ଏକ ୪ଚକିଆ ଯାନକୁ ନେଇ ଧାମରା ବନ୍ଦର ମଧ୍ୟରେ ପାର୍କିଂ କରିଥିଲେ । ଏହି କଥାକୁ ନେଇ ଧାମରା ବନ୍ଦର ନିରାପତ୍ତା ଅଧିକାରୀ ଯାଇ ସଂପୃକ୍ତ ବ୍ୟକ୍ତିଙ୍କ ଗାଡିରେ ତାଲା ପକାଇ ଦେଇଥିଲେ । ଏହି କଥାକୁ ନେଇ ସଂପୃକ୍ତ ଠିକାଦାର ଏବଂ ବନ୍ଦର ନିରାପତ୍ତା ବିଭାଗର କର୍ମଚାରୀଙ୍କ ମଧ୍ୟରେ ଉଚ୍ଚବାଚ୍ୟ ହୋଇଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ଜନସାଧାରଣ ଯାଇ ଧାମରା ବନ୍ଦର ଆଗରେ ଧାରଣା ଦେଇଥିଲେ ଏବଂ ବନ୍ଦର ନିରାପତ୍ତା ଅଧିକାରୀ ଆସି ତୁରନ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଅଡି ବସିଥିଲେ । ମାତ୍ର ତାଲା ପକାଇଥିବା କର୍ମଚାରୀ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ ।

ପରେ ଧାମରା ବନ୍ଦର ଭିପି ଜଗତ ପରିଜା ଆସି ସାଧାରଣ ଜନତାଙ୍କୁ ବୁଝାସୁଝା କରିଥିଲେ । ସ୍ଥାନୀୟ ଜନ ପ୍ରତିନିଧି ଏବଂ ଧାମରା ବନ୍ଦର ଭିପି ଜଗତ ପରିଜାଙ୍କ ମଧ୍ୟରେ ଆଜି ଉପୁଜିଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଆସନ୍ତା ମାସର ପ୍ରଥମ ସପ୍ତାହରେ ଏକ ବୈଠକ ବସିବା ସହ ଦିନକୁ ଦିନ ସୁରକ୍ଷା ବାବଦରେ ଉପୁଜିଥିବା ସମସ୍ୟାରେ ଆଶୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୨ଘଂଟା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟ ପକ୍ଷରେ ବନ୍ଦର କର୍ତୁପକ୍ଷ ନୋ ପାକିଁ ଅଂଚଳରେ ସଂପୃକ୍ତ ଠିକାଦାରଙ୍କ ଗାଡି ଥିଲା ତେଣୁ ବନ୍ଦର ନିରାପତ୍ତା ଦାୟିତ୍ୱରେ ଥିବା ଅଧିକାରୀ ସଂପୃକ୍ତ ଠିକାଦାରଙ୍କ ଗାଡିକୁ ଚାବି ପକାଇଥିଲେ ବୋଲି କହି ସଫେଇ ଦେଇଥିଲେ । ମାତ୍ର କେବଳ ଠିକାଦାରଙ୍କର ନୁହନ୍ତି ବନ୍ଦର ନିରାପତ୍ତା କର୍ମଚାରୀ ଠିକା ସଂସ୍ଥା ରେ କାର୍ଯ୍ୟରତ ସମସ୍ତ ଶ୍ରମିକ ମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ମାସର ଅଧିକାଂଶ ଦିନ ଏହିପରି ନିରାପତ୍ତା ଆଳ ଦେଖାଇ ଶ୍ରମିକ ମାନଙ୍କୁ ଶୋଷଣ କରିବା ସହ ଠିକାଦାର ମାନଙ୍କ ଠାରୁ ଫାଇନ ଆଦାୟ କରି ଆସୁଛନ୍ତି ବୋଲି ଭାରତୀୟ ମଜଦୁର ସଂଘର ସାଙ୍ଗଠନିକ ସଂପାଦକ ଚନ୍ଦ୍ର ଶେଖର ଜେନା ମତବ୍ୟକ୍ତ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.