Home ଓଡ଼ିଶା ଯୋଡା : ପ୍ରଶାସନ ଉପରେ ଭରସା ନାହିଁ, ତମ୍ବୁ ମାରି ଭୋଟ ବାକ୍ସ ଜଗିଲେ କର୍ମି

ଯୋଡା : ପ୍ରଶାସନ ଉପରେ ଭରସା ନାହିଁ, ତମ୍ବୁ ମାରି ଭୋଟ ବାକ୍ସ ଜଗିଲେ କର୍ମି

62

ଯୋଡା, ୨୩ା୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ସରିଯାଇଛି ପଞ୍ଚାୟତ ନିର୍ବାଚନ । ଭୋଟ ବାକ୍ସ ଭିତରେ ରହିଛି ପ୍ରାର୍ଥୀମାନଙ୍କ ଭାଗ୍ୟ । ଯୋଡା ବ୍ଲକର ୧୯ଟି ପଞ୍ଚାୟତରେ ୨୫୯ଟି ବୁଥରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ବଲାଣିର ବାଲାଗୋଡା ପଞ୍ଚାୟତର ୨୩ନଂ ଓ ୨୫ନଂ ବୁଥରେ ଶାସକ ଦଳର ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଇଙ୍ଗିତରେ ପୁଲିସ ଉପସ୍ଥିତିରେ ବାହାର ଗୁଣ୍ଡା ମାନଙ୍କ ଦ୍ୱାରା ବୁଥ ଜବରଦଖଲ କରାଯାଇ ଭୋଟ ମାରିବା ଘଟଣା ପ୍ରାର୍ଥୀମାନଙ୍କ ମଧ୍ୟରେ ଛନକା ପୁରାଇଦେଇଛି । ପୁଲିସର ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବଳ ପ୍ରୟୋଗ କରାଯିବା, ଭୋଟରଙ୍କୁ ଅତର୍କିତ ଆକ୍ରମଣ ଭଳି ଅଭିଯୋଗମାନ ହୋଇଥିଲା । ଫଳରେ ପ୍ରଶାସନ ଉପରେ ପ୍ରାର୍ଥୀମାନଙ୍କର ଭରସା ନଥିବା ଯୋଗୁଁ ଭୋଟ ବାକ୍ସ ରହିଥିବା ଷ୍ଟଙ୍ଗ ରୁମ ସମ୍ମୁଖରେ ବିଭିିନ୍ନ ଅଞ୍ଚଳର ପ୍ରାର୍ଥୀମାନେ ତମ୍ବୁ ମାରି ରାତି ତମାମ ଭୋଟ ବାକ୍ସକୁ ଜଗି ରହିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ ମୁତାବକ ସମ୍ପୂର୍ଣ୍ଣ ପ୍ରଶାସନ ଶାସକ ଦଳ ସପକ୍ଷରେ ଥିବା ବେଳେ ପ୍ରଶାସନୀକ ଅଧିକାରୀମାନେ ଦଳୀୟ ଏଜେଣ୍ଟ ଭଳି ସବୁ ନିୟମ କାନୁନର ଉର୍ଦ୍ଧ୍ୱରେ କାର୍ଯ୍ୟ କରୁଛନ୍ତି । ଯେକୌଣସି ସମୟରେ ଭୋଟ ବାକ୍ସ ହେରଫେର ହୋଇପାରେ । ତେଣୁ ୨୬,୨୭ ଓ ୨୮ ତିନି ଦିନ ଭୋଟ ଗଣତି ଥିବା ବେଳେ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ସେମାନେ ପାଳି କରି ଏହି ଭୋଟ ବାକ୍ସକୁ ଜଗି ରହିବେ ବୋଲି ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.