Home ଓଡ଼ିଶା ଯୋଡା : କ୍ଷତୀ ପୂରଣ ଦାବିରେ ବୃଦ୍ଧାଙ୍କ ଶବ ରଖି ୬ ଘଣ୍ଟା ଧରି ଯୋଡା-ବାମେବାରୀ...

ଯୋଡା : କ୍ଷତୀ ପୂରଣ ଦାବିରେ ବୃଦ୍ଧାଙ୍କ ଶବ ରଖି ୬ ଘଣ୍ଟା ଧରି ଯୋଡା-ବାମେବାରୀ ମୁଖ୍ୟ ରାସ୍ତା ଅବରୋଧ

183

ଯୋଡା, ୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜୁରୁଡି ଛକ ନିକଟରେ ମଙ୍ଗୁଳି ପେଣ୍ଠେଇ ନାମକ ଜଣେ ବୃଦ୍ଧା ମୁଣ୍ଡରେ ଜାଳେଣି କାଠ ବୋଝା ବୋହି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା । ଫଳରେ ବୃଦ୍ଧ ଜଣଙ୍କର ୨ଟି ଗୋଡ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ବୃଦ୍ଧା ଜଣଙ୍କର ସ୍ୱାମୀ ଏବଂ ପୁଅଙ୍କ ଦେହାନ୍ତ ଘଟିଥିବା ବେଳେ ସେ ଏବଂ ତାଙ୍କର ବୋହୁ ଜମୁନା ପେଣ୍ଠେଇ ଏକାଠି ରହିଥାନ୍ତି । ଜଙ୍ଗଲରୁ କାଠ ଆଣି ବଜାରରେ ବିକ୍ରି କଲେ ତାଙ୍କ ପରିବାର ଚଳେ । ଘଟଣା ଦିନ ସ୍ଥାନୀୟ ବାସିନ୍ଦା ବାମେବାରୀ ପୁଲିସକୁ ଖବର ଦେଇଥିଲେ ମଧ୍ୟ ପୁଲିସ ୪ ଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ମଧ୍ୟ ସେ ବଡବିଲରେ ଥିବା କହି ଘଟଣା ସ୍ଥଳରେ ପହଞ୍ଚିନଥିଲା । ତେଣୁ ବାଧ୍ୟ ହୋଇ ଏକ କମ୍ପାନୀ ଆମ୍ବୁଲାନ୍ସରେ ତାଙ୍କୁ ଯୋଡା ଡାକ୍ତରଖାନା ନିଆଯାଇଥିଲା । ପୁଲିସର ଏହି ଖାମ ଖିଆଲ କାର୍ଯ୍ୟକଳାପର ବିରୋଧ କରି ଗ୍ରାମବାସୀମାନେ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କୁ ନାଲିଆଖି ଦେଖାଇ ଉଠେଇନେବାର ଧମକ ଦେଇଥିଲା । ଦୃଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିବା ପରେ ଡ୍ରାଇଭରକୁ କୌଶଳକ୍ରମେ ଖସାଇଦେଇଥିଲା । ଏହି ଘଟଣାକୁ ନେଇ ସମ୍ପୃକ୍ତ ବୃଦ୍ଧାଙ୍କ ନିମନ୍ତେ କ୍ଷତି ପୂରଣ ଦାବିରେ ଜୁରୁଡି ପେଣ୍ଠେଇ ବସ୍ତିରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ୟକ୍ତ ଲୋକେ ଯୋଡା-ବାମେବାରୀ ମୁଖ୍ୟ ରାସ୍ତା ଉପରେ ଶବ ରଖି ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଭାରିଯାନ ଅଟକି ରହି ଏକ ଅଚଳା ଅବସ୍ତା ସୃଷ୍ଟି ହୋଇଥିଲା । ପରେ ଘଟଣା ସ୍ଥଳରେ ବାମେବାରୀ ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ବୃଦ୍ଧା ଜଣଙ୍କର ଅନ୍ତେଷ୍ଟିକ୍ରିୟା ପାଇଁ ୨୦ ହଜାର ଟଙ୍କା ପ୍ରଦାନ ପରେ ଏହି ରାସ୍ତା ରୋକକୁ ପ୍ରତ୍ୟାହାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.