Home ଓଡ଼ିଶା କୂଅ ଭିତରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

କୂଅ ଭିତରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

79

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ୧୫ ନଂ ୱାର୍ଡ୍ ର ଏକ କୂଅରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଯୁବକ ଜଣକ ଏକ କୂଅ ଭିତରେ ପଶି କାର୍ଯ୍ୟ କରୁଥିଲେ । ଯୁବକ ଜଣକ ହଠାତ୍ ମରିଗଲି ମରିଗଲି ଚିତ୍କାର କରିବାରୁ ପାଖରେ ଥିବା ଯୁବକ ମାନେ ଯୁବକ ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରି ରଣପୁର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଗୁରୁତର ଯୁବକଙ୍କୁ ରଣପୁର ସରକାରୀ ଡାକ୍ତର ଖାନାରେ ଚିକିସ୍ଥିତ କରାଉଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଜୁନ୍ ୫ ତାରିଖ ସଂଧ୍ୟା ୬ ଘଟିକା ୩୦ ମିନିଟ୍ ସମୟରେ । ଚିକିତ୍ସା କରୁଥିବା ଡାକ୍ତର ଙ୍କ ସୂଚନା ଅନୁଯାୟୀ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ଯୁବକ ଜଣକ ହେଉଛନ୍ତି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରଘୁନାଥପୁର ଗ୍ରାମର ସର୍ବେଶ୍ୱର ନାୟକ । କୂଅ ଭିତରେ ଅମ୍ଳଜାନ ଅଭାବରୁ ଯୁବକଙ୍କର ଏପରି ଅବସ୍ଥା ହେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.