Home ଓଡ଼ିଶା ଯୋଡା : ପୁଲିସ ପଞ୍ଝାରେ ଖଣି ମାଫିଆ ଦିପୁ ବେହେରା

ଯୋଡା : ପୁଲିସ ପଞ୍ଝାରେ ଖଣି ମାଫିଆ ଦିପୁ ବେହେରା

133

ଯୋଡା, ୫ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ପୁଲିସକୁ ଏକ ବଡ ସଫଳତା ମିଳିଛି । କୁଖ୍ୟାତ ଖଣି ମାଫିଆ ସତ୍ୟବାନ ବେହେରା ଓରଫ ଦିପୁ ଏବେ ପୁଲିସ ପଞ୍ଝାରେ ପଡିଛି । ଦୀପୁ ଦୀର୍ଘ ବର୍ଷ ଧରି ଯୋଡା ଖଣି କ୍ଷେତ୍ରରେ ଲୁହାପଥର ଚୋରାକାରବାର କରିଆସୁଥିବା ବେଳେ ବାହାର ରାଜ୍ୟର ଟ୍ରକ, ଟ୍ରଲର ଲଗାଇ ବିଭିନ୍ନ ସ୍ଥାନରୁ ଗଚ୍ଛିତ ଲୁହାପଥରକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରିଥାଏ । ସେ ଏହି ଚୋରା କାରବାରର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ବିଭିନ୍ନ ସମୟରେ ଜବତ ହେଉଥିବା ଚୋରା ଲୁହାପଥର ଟ୍ରକର ଚାଳକ ଏବଂ ସହଚାଳକ ଗିରଫ ହେଉଥିଲେ ମଧ୍ୟ ପୁଲିସ ଦିପୁକୁ ଗିରଫ କରିପାରୁନଥିଲା । ପୁଲିସ ଆଖିରେ ଧୂଳି ଦେଇ ସେ ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବା ବେଳେ ଗତ ୩ ତାରିଖ ଦିନ ପୁଲିସ ତାରିଣୀ ପ୍ରସାଦ ମହାନ୍ତିଙ୍କର ନଈବୁଗା ଲୌହ ଓ ମାଙ୍ଗାନିଜ ଖଣି ନିକଟରୁ ତାକୁ ଗିରଫ କରିଥିଲା । ପଚରା ଉଚରା ପରେ ଗତ ୩୦ ତାରିଖ ବିଳମ୍ବିତ ରାତ୍ରୀରେ ନୟାଗଡ ରେଳ ସାଇଡିଂରେ ଲୁହାପଥର ଚୋରି କରୁଥିବା ବେଳେ ଗୋଟିଏ ଟ୍ରକ, ଗୋଟିଏ ଟ୍ରଲର ଓ ଗୋଟିଏ ଜେସିବି କୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଟ୍ରକ ଏବଂ ଜେସିବି ଚାଳକକୁ ଗିରଫ କରି ପାରିଥିଲା ଏବଂ ଘଟଣା ସ୍ଥଳରୁ ଦିପୁ ବେହେରା ଚମ୍ପଟ ମାରିଥିଲା । ବାମେବାରୀ ପୁଲିସ କେଶ ନଂ. ୬୦/୨୦୨୧ରେ ୩୭୯, ୪୧୧, ୧୨୦ବି, ଭାରତୀୟ ପିଙ୍ଗଳକୋର୍ଟ ଧାରା ୩୪ ଏବଂ ୨୧ ଏମ୍‌ଏମ୍‌ଡିଆର ଆକ୍ଟ ଅନୁଯାୟୀ ମାମଲା ଋଜୁ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.