Home ଓଡ଼ିଶା ଯୋଡା : କାଳ ବୈଶାଖୀ ରଚିଲା ତାଣ୍ଡବ ଲୀଳା, ଉଡାଇନେଲା ଘରର ଆଜବେଷ୍ଟ

ଯୋଡା : କାଳ ବୈଶାଖୀ ରଚିଲା ତାଣ୍ଡବ ଲୀଳା, ଉଡାଇନେଲା ଘରର ଆଜବେଷ୍ଟ

85

ଯୋଡା, ୧୫ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ୫ ମିନିଟର ପ୍ରଳୟ ଜଣେ ନିସହାୟ ଦିନ ମଜୁରିଆ ଆଦିବାସୀ ପରିବାର ମୁଣ୍ଡ ଉପରୁ ଚାଳ ଛଡେଇନେଇଛି । ଯୋଡା ବ୍ଲକ ଅଂଶେଇକଳା ପଞ୍ଚାୟତ ପୂର୍ତ୍ତି ସାହିରେ ରୁହନ୍ତି ୩୦ଟି ପରିବାର । ଗୁରୁବାର ବିଳମ୍ବିତ ରାତ୍ରୀରେ କାଳ ବୈଶାଖୀରେ ସେମାନଙ୍କ ମଧ୍ୟରୁ ଗୋଟିଏ ୫ଜଣିଆ ପରିବାରର ମୁଣ୍ଡ ଉପରୁ ଉଡାଇନେଇଛି ଆଜବେଷ୍ଟ ଛପର । ଏହା ସହିତ ପାଣି ମାଡରେ ତାଙ୍କର ୪ ବଖରା ଝାଟି ମାଟିର ଘରର କାନ୍ଥ ପଡିଯାଇଥିବା ବେଳେ ଏହି ୫ ପ୍ରାଣୀ କୁଟୁମ୍ବ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୫ ମିନିଟର ଏହି ପ୍ରଳୟ ରୟା ମୁଣ୍ଡା ପରିବାରକୁ ସର୍ବଶ୍ୱାନ୍ତ କରିପକାଇଛି । ଏବେ ସେ ତାଙ୍କ ସ୍ତ୍ରୀ ସୁଦୁରା, ୮ ବର୍ଷର ପୁଅ ମଙ୍ଗୁଳୁ, ୬ ବର୍ଷର ଝିଅ ସଙ୍ଗିତା ଓ ୪ ବର୍ଷର ଝିଅ ସୁନାମଣୀକୁ ନେଇ ଗଛ ମୂଳେ ଜୀବନ ବିତାଇବାକୁ ବାଧ୍ୟ ହୋଇପଡିଛନ୍ତି । ଏପର‌୍ୟ୍ୟନ୍ତ ତାଙ୍କ ନିକଟରେ କୌଣସି ସରକାରୀ ଅଧିକାରୀ ପହଞ୍ଚିନାହାନ୍ତି କିମ୍ବା କୌଣସି ଲୋକପ୍ରତିନିଧି ମଧ୍ୟ ସମବେଦନା ଜଣାଇ ଜରି ପାଲ ଖଣ୍ଡେ ପ୍ରଦାନ କରିନାହାନ୍ତି । ଶେଷରେ ତାଙ୍କ ପଡୋଶୀଙ୍କ ସହାୟତାରେ କିଛି ଟିଣ ଚାଦର ଆଣି ଯଥାକଥା ଏକ କୁଡିଆ ନିର୍ମାଣ କରୁଥିବା ଦେଖାଯାଇଛି । ତେବେ ସରକାର ତୁରନ୍ତ ଏହି ଅସହାୟ ପରିବାର ପ୍ରତି ସହାୟତାର ହାତ ବଢାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.