Home କେନ୍ଦୁଝର ବଞ୍ଚୋ ପଞ୍ଚାୟତ ବୁଲି କୋଭିଡ ପରିଚାଳନାର ତଦାରଖ କଲେ ପ୍ରଶାସନିକ ଅଧିକାରୀ

ବଞ୍ଚୋ ପଞ୍ଚାୟତ ବୁଲି କୋଭିଡ ପରିଚାଳନାର ତଦାରଖ କଲେ ପ୍ରଶାସନିକ ଅଧିକାରୀ

38

ହାଟଡିହି- ୧୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ବିଢ଼ି ଚାଲିଛି । ଏହାକୁନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ହାଟଡିହି ବ୍ଲକର ନବ ନିଯୁକ୍ତ ବିଡିଓ ବିନିତା ବିଜୟନୀ. ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ରାପିଡ ରେସପନସ ଟିମର ଡାକ୍ତର ସୁଦୀପ୍ତା ପଣ୍ଡା ପ୍ରମୁଖ ସର୍ବାଧିକ ଆକ୍ରାନ୍ତ ଥିବା ବଞ୍ଚୋ ପଞ୍ଚାୟତକୁ ଗ୍ରସ୍ଥକରି କୋଭିଡ ପରିଚାଳନାର ତଦାରଖ କରିଛନ୍ତି । ତାଙ୍କ ସହିତ ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ନାୟକ, ପିଇଓ ଜିତେନ୍ଦ୍ର କୁମାର ଜେନା, ଜିଆରଏସ ସୌଭାଗିନୀ ରାୟ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ । ବଞ୍ଚୋ ପଞ୍ଚାୟତରେ ସର୍ବାଧିକ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତମାନେ କିପରି ସଂଗରୋଧରେ ରହିଛନ୍ତି ସେ ନେଇ ଅଧିକାରୀ ମାନେ ଘରଘର ବୁଲି ସେମାନଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଆ୍ରକାନ୍ତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କୁ ଔଷଧପତ୍ର ଯୋଗାଇଦେବା ଦେବାପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିର ଆଶଙ୍କା କରି ଆକ୍ରାନ୍ତଙ୍କ ଘର ଓ ଚାରିପାଖକୁ ବିଶୋଧନ କରିବାପାଇଁ ଅଗ୍ନିଶମ ବିଭାଗକୁ ଅବଗତ କରାଇବା ପରେ ଅଗ୍ନିଶମ ଅଧିକାରୀ ସୁର୍ଯ୍ୟମଣୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ବିଶୋଧନ କରାଯାଇଥିଲା । ପରେ ବିଡିଓ ବିନିତା ବିଜୟନୀ ବ୍ଲକ ତରଫରୁ ପନ୍ଦାଡୋ, ସଢ଼ା ପ୍ରଭୃତି ପଞ୍ଚାୟତ ମାନଙ୍କରେ ଖୋଲାଯାଇଥିବା କ୍ଲଷ୍ଟରସ୍ତରୀୟ ସଂଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.