Home ଓଡ଼ିଶା ଯୋଡା : କାଳିମାଟି ନାବାଳିକା ଦୁଃଷ୍କର୍ମ ଓ ହତ୍ୟା ଘଟଣା, ବିଜେପିର ସ୍ଵତନ୍ତ୍ର ଦଳ ଘଟଣାସ୍ଥଳରେ...

ଯୋଡା : କାଳିମାଟି ନାବାଳିକା ଦୁଃଷ୍କର୍ମ ଓ ହତ୍ୟା ଘଟଣା, ବିଜେପିର ସ୍ଵତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚି ନିରପେକ୍ଷ ତଦନ୍ତ ଦାବି କଲେ 

91

ଯୋଡା, ୧/୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଗତ ବୁଧବାର ଘଟିଥିବା କାଳିମାଟି ନାବାଳିକା ଦୁଃଷ୍କର୍ମ ଓ ହତ୍ୟା ଘଟଣାରେ ବିଜେପିର ଏକ ସ୍ୱତନ୍ତ୍ର ଦଳ ମଙ୍ଗଳବାର ଘଟଣା ସ୍ଥଳ ତଦନ୍ତ କରିଛନ୍ତି । ଏହି ଦଳରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହ , ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଜିଲା ଉପସଭାପତି ଦେବ ପ୍ରସାଦ ମିଶ୍ର , ସପନା ସାହୁ . ଜିଲା ସମ୍ପାଦକ ଜୟଦେବ ଗିରି , ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ମମିତା ନାୟକ , ଜିଲା ସମ୍ପାଦିକା କଳ୍ପନା ରାଉତ, ଜିଲ୍ଲା କାର‌୍ୟ୍ୟକାରିଣୀ ସଦସ୍ୟ ଅମର ସିଂହ, ଚର୍ଚ୍ଚିଲ ମହାକୁଡ, ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବାସନ୍ତୀ ଦାସମତି ଚାତାର, ସଂଯୋଜିକା ସଜନୀ ବାନରା, ମାନି ବାଲମୁଚୁ, ବାମେବାରୀ ମଣ୍ଡଳ ସଭାପତି କୁଳମଣି ମହାନ୍ତ ପ୍ରମୁଖ ସାମିଲ ଥିଲେ । ଉକ୍ତ ଦଳ ଘଟଣାସ୍ଥଳ ତଦନ୍ତ ବେଳେ ନାବାଳିକାର ଘରକୁ ଯାଇ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ । ନାବାଳିକାର ପିତାମାତା ପୂର୍ବରୁ ମରିଯାଇଛନ୍ତି । ଗତ ଗୁରୁବାର ସକାଳେ ନାବାଳିକା ରହୁଥବା ଘରର କବାଟ ନଖୋଲିବାରୁ ତାହା ତାଡି ଦିଆଯାଇଥିଲା । ଭିତରେ ନାବାଳିକାର ଶବ ଝୁଲାନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତା’ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଝୁଲନ୍ତା ଅବସ୍ଥାରେ ଶବ ମିଳିଥିଲେ ବି ଶବର ଗୋଡ ତଳେ ଲାଗିଥିଲା । ତା’ର ଗୁପ୍ତାଙ୍ଗରେ ଗଭୀର କ୍ଷତ ସହ ରକ୍ତ ଶ୍ରାବ ହେଉଥିଲା । ଘଟଣାର ପାରିପାଶ୍ୱିକ ସ୍ଥିତି ଦେଖି ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ବାରି ହେଉଥିଲା ବୋଲି ତା’ର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏକାଧିକ ବ୍ୟକ୍ତି ହୁଏତ ମିଳିତ ଭାବେ ଦୁଃଷ୍କର୍ମ କରି ମାରି ନାବାଳିକାକୁ ମାରି ଟାଙ୍ଗି ଦେଇଥିବା ସେମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି।  ଘଟଣା ଘଟିଥିବା ପାଖଘରେ  ୩ ଫୁଟ ଉଚ୍ଚର କାଠ ପଟା ଉପରେ ନିକସ୍ଥ ଗ୍ରାମ ନଈବୁଗାର ଗୁରୁମୁଣ୍ଡା ନାମକ ଜଣେ ଯୁବକର ମନିପର୍ସ ଓ ଭୋଟର କାର୍ଡ ମିଳିଥିଲା । ଏହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସ୍ଵତନ୍ତ୍ର ଦଳ ଘଟଣାର ତଦନ୍ତ ପରେ ବିଜେପିର ଉକ୍ତ ଦଳ ନିରପେକ୍ଷ ତଦନ୍ତ କରିବା ଓ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.