Home ଓଡ଼ିଶା ଯୋଡା : କାଳିମାଟିରେ ରାସ୍ତା ନିର୍ମାଣ ପାଇଁ ଗ୍ରାମସଭା

ଯୋଡା : କାଳିମାଟିରେ ରାସ୍ତା ନିର୍ମାଣ ପାଇଁ ଗ୍ରାମସଭା

76

ଯୋଡା – ୨୮/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦବୁନା ଛକ ଠାରୁ ବିଡପୋଖରି ଗ୍ରାମ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ ନିମନ୍ତେ ବଡକାଳାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଡପୋଖରି ଠାରେ ଶୁକ୍ରବାର ପୂର୍ବାହ୍ନରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଅନୁଷ୍ଠିତ ଏହି ଗ୍ରାମସଭାରେ କାଳିମାଟିର ସରପଞ୍ଚ ତ୍ରିବନ ଗାଗରାଇଙ୍କ ସଭାପତିତ୍ୱରେ ଏହି ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ସଭାଟିରେ ପିଡପୋଖରି ଓ ପୁରୁଣାଡିହି ଅଞ୍ଚଳର ୱାର୍ଡ ସଭ୍ୟ / ସଭ୍ୟା ଓ ଜନସାଧାରଣ ଉପସ୍ଥିତ ରହି ଏହାକୁ ଜଙ୍ଗଲ ଜମିରୁ ଅଣଜଙ୍ଗଲ ଜମିରେ ପରିଣତ କରିବା ପାଇଁ ସହମତି ପ୍ରଦାନ କରିଥିଲେ । ଦୀର୍ଘ ଦିନରୁ ଏହି ପାଦଚଲା ରାସ୍ତାଟି ଗମନାଗମନର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଗ୍ରାମବାସୀମାନେ ଏହାକୁ ପିଚୁ ରାସ୍ତାରେ ପରିଣତ କରିବା ପାଇଁ ଦାବି କରିଆସୁଥିଲେ । ତେବେ ଏହାକୁ ବିଚାରକୁ ନେଇ ଜିଲ୍ଲାପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠୀରୁ ରାସ୍ତାଟି ନିର୍ମାଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ଜଙ୍ଗଲ ଜମି ଥିବାରୁ ଅଣଜଙ୍ଗଲରେ ପରିଣତ କରିବା ପାଇଁ ଗ୍ରାମସଭା କରାଯାଇଥିବା ବେଳେ ଏଥିରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏସ୍‌ଡିଓ ପି.କେ. ମିଶ୍ର, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ଓରାମ, ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସମାଜସେବୀ ଗୁରୁବକ୍ସ ସିଂ ଆଲୁୱାଲିଆ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.