Home ଓଡ଼ିଶା ମାଟ୍ରିକ୍ ପରୀକ୍ଷାରେ ଜାଲ ପରୀକ୍ଷାର୍ôଥ ଘଟଣା…….. ର‌୍ୟାକେଟ୍ ର ୩ ଅଭିଯୁକ୍ତ ଜେଲ୍ ଗଲେ

ମାଟ୍ରିକ୍ ପରୀକ୍ଷାରେ ଜାଲ ପରୀକ୍ଷାର୍ôଥ ଘଟଣା…….. ର‌୍ୟାକେଟ୍ ର ୩ ଅଭିଯୁକ୍ତ ଜେଲ୍ ଗଲେ

166

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୨-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ କୁଳାସର ଜନତା ହାଇସ୍କୁଲ୍ ରେ ଦୁଇଦିନ ତଳେ ଦୁଇଜଣ ଜାଲ ମାଟ୍ରିକ୍ ପରୀକ୍ଷାର୍ôଥନୀ ଙ୍କୁ ରଣପୁର ଥାନାରେ ଅଟକ ରଖାଯାଇଥିଲା । ସେହି ଦୁଇଜଣ ନିଜ ନିଜର ଭଉଣୀ ପାଇଁ ମାଟ୍ରିକ୍ ପରୀକ୍ଷା ଦେଉଥିଲେ । ୩ଟି ବିଷୟ ପରୀକ୍ଷା ପରେ ଗଣିତ ପରୀକ୍ଷା ବେଳକୁ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରା ସ୍କ୍ୱାର୍ଡ ରେ ଯାଇ ଦୁଇଜଣଙ୍କୁ ଜାଲ ବୋଲି ଚିହ୍ନଟ କରିଥିଲେ । ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଖବର ପାଇଲା ପରେ ପରୀକ୍ଷା ଦେଉଥିବା ଦୁଇ ନକଲି ଛାତ୍ରୀଙ୍କୁ ଥାନାରେ ଆଣି ପଚରା ଉଚୁରା କରି ନିଜ ନିଜ ପରିବାରକୁ ଜିମା ଦେଇଥିଲେ । ଜାଣିବାକୁ ପାଇଲେଯେ ଏହି ଜାଲ ପରୀକ୍ଷାର୍ôଥ ପରୀକ୍ଷା ଦେବା ଘଟଣାରେ ଏକ ର‌୍ୟାକେଟ୍ କାମ କରୁଛି ।

ଏହାର ତଦନ୍ତ ଦାୟିତ୍ୱ ରାଜସୁନାଖଳା ଫାଣ୍ଡି ଅଧିକାରୀ ସବ୍ ଇନିସ୍‌ପେକ୍ଟର ପ୍ରଦୀପ୍ ସାମଲଙ୍କୁ ଦେଇଥିଲେ । ପ୍ରଦୀପ୍ ସାମଲ ତଦନ୍ତ ପରେ ର‌୍ୟାକେଟ୍ ର ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ଅଭିଯୁକ୍ତ ୩ଜଣ ହେଲେ ଡିମିସର ଗ୍ରାମର ଯୋଗେନ୍ଦ୍ର ସ୍ୱାଇଁ(୩୬), ଗମେଇଁ ଗ୍ରାମର ସୁଧାଂଶୁ ଶେଖର ମହାପାତ୍ର(୩୫) ଓ ଗୋପିମୋହନପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ(୪୦) । ଏହି ର‌୍ୟାକେଟ୍ ରେ ସହଯୋଗ କରିଥିବା ସ୍କୁଲ୍ କିରାଣୀ ଓ ଅନ୍ୟମାନେ ଫେରାର ଥିବା ଜଣା ପଡିଛି । ସମସ୍ତ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.